ନୂଆଗାଁ (ନୟାଗଡ଼):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ତଥା ଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରିଦର୍ଶନ କରି ବିଦ୍ୟାଳୟର ସାମଗ୍ରିକ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ OSCPCR ର ପ୍ରତିନିଧି ବବିତା ପାତ୍ର, ତୃପ୍ତିମୟୀ ମୁଦୁଲି, ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଚିରଞ୍ଜନ ପାଣ୍ଡେ, ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଗିରିଜା ଶଙ୍କର ମହାପାତ୍ର ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜ୍ୟୋତ୍ସ୍ନାରାଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବା ସହ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ସମୀକ୍ଷା କରିଥିଲେ.ମଧ୍ୟାହ୍ନ ଭୋଜନ ଓ ରୋଷେଇ ଶାଳା: ମଧ୍ୟାହ୍ନ ଭୋଜନର ମାନ, ସ୍ୱାଦ ଏବଂ ରନ୍ଧନ ସ୍ଥାନର ପରିମଳ ବ୍ୟବସ୍ଥା ନିଜେ ତଦାରଖ କରିବା ସହ ଖାଦ୍ୟର ଗୁଣବତ୍ତା ପରଖିଥିଲେ।
ଛାତ୍ରାବାସ ଓ ନଥିପତ୍ର: ବିଦ୍ୟାଳୟ ତଥା ଛାତ୍ରାବାସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ଏବଂ ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା: ଅଧିକାରୀମାନେ ପିଲାମାନଙ୍କ ସହ ସିଧାସଳଖ ଭାବ ବିନିମୟ କରି ପାଠପଢ଼ା, ସୁବିଧା-ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକତା ବିଷୟରେ ବୁଝିଥିଲେ।ସୁରକ୍ଷା ଓ ସ୍ୱଚ୍ଛତା: ଛାତ୍ରଛାତ୍ରୀଙ୍କ ସୁରକ୍ଷା (Safety and Security), ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ ଓ ପରିବେଶକୁ ଆହୁରି ଉନ୍ନତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା।

0 Comments