ନୂଆଗାଁ (ନୟାଗଡ଼): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତରେ ଥିବା ପ୍ରଭୁ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ଶ୍ରୀ ବଜରଙ୍ଗ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନର ବହୁ ପଦାଧିକାରୀ ଓ ସ୍ଥାନୀୟ ଯୁବଗୋଷ୍ଠୀ ସାମିଲ ହୋଇ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।ଆଲୋଚନାର ପ୍ରମୁଖ ବିଷୟବସ୍ତୁ:ଗୋସେବା ଏବଂ ବେଆଇନ ଗୋଚାଲାଣ ରୋକିବା ପାଇଁ ଦୃଢ଼ ପଦକ୍ଷେପସମାଜରେ ନାରୀ ସମ୍ମାନ ଓ ସୁରକ୍ଷାକୁ ପ୍ରାଥମିକତାସାମାଜିକ ସେବା ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ
ଉକ୍ତ ବୈଠକରେ ଶ୍ରୀ ବଜରଙ୍ଗ ସେନାର ରାଜ୍ୟ ଉପସଭାପତି ଶିବଶଙ୍କର ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ପ୍ରୀତିରାଜ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସମ୍ବିତ କୁମାର ରଥ ଏବଂ ନୂଆଗାଁ ବ୍ଲକ ସଭାପତି ଆଦିତ୍ୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ।
ଏଥିସହିତ ନୂଆଗାଁ ବ୍ଲକ ଆକାଉଣ୍ଟ ତଥା ବିଶିଷ୍ଟ ଗୋସେବକ ମନୋଜ କୁମାର ବେହୁରା, ସମ୍ପଡ଼ାର ସମାଜସେବୀ ଦାଶରଥି ପ୍ରଧାନ, ବିରଞ୍ଚି ନାରାୟଣ ଚମ୍ପତିଙ୍କ ସମେତ ବହୁ ସ୍ଥାନୀୟ ଯୁବକ ଉପସ୍ଥିତ ରହି ଆଗାମୀ ଦିନରେ ସଂଗଠନ ପକ୍ଷରୁ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲେ।

0 Comments