ଭୁବନେଶ୍ୱର, ୨୧/୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୮୨ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ, ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ଓ ୟାଦି ର ମିଳିତ ଉଦ୍ୟମରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ ର ରାଜ୍ଯ ସଭାପତି ସତ୍ଯବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ -2026 କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ସମାରୋହରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର ଓ ଶ୍ରୀ ରଘୁନାଥ ଜିଉ ଡିଗ୍ରୀ ମହାବିଦ୍ୟାଳୟ, ଗଣିଆ ର ରେଡକ୍ରସ୍ କାଉନସିଲର ଶ୍ରୀ ରାକେଶ ବରାଡ ବିଭିନ୍ନ ଉଲ୍ଲେଖନୀୟ ସଚେତନତା ଓ ଶିକ୍ଷା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାରେ ଆୟୋଜନ କରି ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରିଥିବାରୁ "ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ"ରେ ସମ୍ମାନିତ ହୋଇଛନ୍ତି ।
"ଏହି ସମ୍ମାନ ଏକ ପ୍ରେରଣାର ଉତ୍ସ ଓ ଭବିଷ୍ୟତରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଆହୁରି ସଚେତନ ଓ ଶିକ୍ଷା ପ୍ରଦାନ କରି ସଶକ୍ତ କରାହେବ " ବୋଲି ଶ୍ରୀମତୀ ମିଶ୍ର ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ବିଭିନ୍ନ ମହଲରୁ ଉଭୟ ମୀନାକ୍ଷୀ ଏବଂ ରାକେଶ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିଛି।


0 Comments