ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ:

 ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ: 'ନିକ୍ଷୟ ମିତ୍ର' ହେବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆହ୍ୱାନ



ନୂଆଗାଁ:
ଯକ୍ଷ୍ମା ମୁକ୍ତ ଭାରତ ଗଠନ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରୋଗୀଙ୍କ ଉତ୍ତମ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହା ସହିତ ଭାରତ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଯେକୌଣସି ବ୍ୟକ୍ତି 'ନିକ୍ଷୟ ମିତ୍ର' (Ni-kshay Mitra) ଭାବେ ଯୋଡ଼ି ହୋଇ ଯକ୍ଷ୍ମା ଆକ୍ରାନ୍ତଙ୍କୁ ଅତିରିକ୍ତ ପୋଷଣ ତଥା ମାନସିକ ସମ୍ବଳ ଯୋଗାଇ ପାରିବେ।
ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସ ନୂଆଗାଁ ବ୍ଲକର ୫ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ଟିବି ଚାମ୍ପିୟନଙ୍କ ଜରିଆରେ ସେମାନଙ୍କ ଘରକୁ ଯାଇ ପୁଷ୍ଟିକର ଖାଦ୍ୟ ବାକ୍ସ (Food Box) ପ୍ରଦାନ କରିଛନ୍ତି।
ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ 'ନିକ୍ଷୟ ମିତ୍ର' ଭାବେ ପଞ୍ଜୀକୃତ ହୋଇ ରୋଗୀଙ୍କୁ ସହଯୋଗ କରିବାକୁ ଏହି ଅବସରରେ ନିବେଦନ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ MyBharat ପୋର୍ଟାଲ କିମ୍ବା ନିକଟସ୍ଥ ଯକ୍ଷ୍ମା ନିବାରଣ ୟୁନିଟ୍ ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରି ଏହି ମହତ କାର୍ଯ୍ୟରେ ସାମିଲ ହୋଇପାରିବେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସଙ୍କ ସମେତ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ (STS) ଶ୍ରୀ ବିଶ୍ୱରଞ୍ଜନ ଦଳେଇ, ବିପିଏମ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments