ଦୀର୍ଘ ୧୨୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ 'ନନ୍ଦୀ ବାବା': କୋରଡ଼ା ଗ୍ରାମରେ ଶୋକାକୁଳ ପରିବେଶ

 


କୋରଡ଼ା: ଜୀବନ ଓ ମୃତ୍ୟୁ ସହ ଦୀର୍ଘ ୧୨୨ ଦିନର ଲଢ଼େଇ ପରେ ଶେଷରେ ଆଖି ବୁଜିଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରିୟ 'ନନ୍ଦୀ ବାବା' (ଷଣ୍ଢ)। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର କୋରଡ଼ା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।କୋରଡ଼ା ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ନନ୍ଦୀ ବାବା ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଯୁବକ ମନୋଜ କୁମାର ବେହୁରା ସହଯୋଗୀ ଅଞ୍ଚଳର ଯୁବଗୋଷ୍ଠୀ ,ବୁଦ୍ଧିଜୀବୀ ,ଗାଁ ମହିଳା ସମସ୍ତେ ନନ୍ଦୀ ବାବାଙ୍କ   ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ଦ୍ରୁର୍ଘଟଣା ପରଠାରୁ ଦୀର୍ଘ ଚାରି ମାସ ମନୋଜ କୁମାର ବେହୁରା ଙ୍କୁ ଧରି ଅଞ୍ଚଳର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଏବଂ ଗ୍ରାମର ମହିଳାମାନେ ଏକାଠି ହୋଇ ନନ୍ଦୀ ବାବାଙ୍କ ଚିକିତ୍ସା ଓ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କୁ ସୁସ୍ଥ କରିବା ପାଇଁ ସ୍ଥାନୀୟ ଲୋକେ ଦିନରାତି ଏକ କରି ଦେଇଥିଲେ। ଗ୍ରାମବାସୀ ,ଅଞ୍ଚଳର ବିଦ୍ଧିଜୀବୀ ନନ୍ଦୀ ବାବାଙ୍କ ଚିକିସ୍ଛା ପାଇଁ  ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଆଜି ୧୨୨ ଦିନ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି।ନନ୍ଦୀ ବାବାଙ୍କ ବିୟୋଗରେ ଗ୍ରାମବାସୀ ଏକ ନିରୀହ ଜୀବ ପ୍ରତି ଥିବା ଭଲପାଇବା ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।



ସମାଜ ପାଇଁ ଏକ ବାର୍ତା ପ୍ରତେକ ଜୀବଙ୍କର ଅଧିକାର ଅଛି ବଞ୍ଚିବାର ,ଦୟାକରି ଗାଡିଚାଳକ ବନ୍ଧୁମାନେ ଏ ଜୀବଙ୍କ ପ୍ରତି ଦୟାଶୀଳ ହୁଅନ୍ତୁ ।ପ୍ରତୀକ୍ଷା ୱେବ ମିଡିଆ ତରଫରୁ ଆପଣ ମାନଙ୍କୁ ଅନୁରୋଧ 

Post a Comment

0 Comments