ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ନୂଆଗାଁ ବ୍ଲକ ଉଦୟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଢେଇମରା ଗ୍ରାମରେ ଆଇ-କନ୍ସେପ୍ଟ ଇନିସିଏଟିଭ୍ସ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି।
ଗ୍ରାମର ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ପରିବେଶ ସୁରକ୍ଷା ସହ ସବୁଜ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମର ମହିଳା ଓ ପୁରୁଷମାନେ ଉତ୍ସାହର ସହିତ ସାମିଲ ହୋଇ ଚାରା ରୋପଣ କରିବା ସହ ଏହାର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ଆଇ-କନ୍ସେପ୍ଟ ଇନିସିଏଟିଭ୍ସର କର୍ମକର୍ତ୍ତାଙ୍କ ସମେତ ଉଦୟପୁର ଗ୍ରାମପଞ୍ଚାୟତର କ୍ଲଷ୍ଟର ସଂଯୋଜକ ସନ୍ତୋଷୀ ନାୟକ, ସୋନୁ ଦିଗାଲ ଓ କମଳା ପ୍ରଧାନ ଉପସ୍ଥିତ ଥିଲେ। ସେହିପରି ଗ୍ରାମବାସୀ ବଳରାମ ନାଏକ, ଗୀତାଞ୍ଜଳି ନାଏକ ଓ ରୀନା ନାଏକଙ୍କ ସମେତ ଅନ୍ୟମାନେ ବୃକ୍ଷରୋପଣରେ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସ ଭଳି ଏକ ଜାତୀୟ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ଆଗାମୀ ପିଢ଼ି ପାଇଁ ସୁସ୍ଥ ଏବଂ ସବୁଜ ପରିବେଶ ଗଠନର ବାର୍ତ୍ତା ଦିଆଯାଇଥିଲା। ଚାରା ରୋପଣ ସହ ଏହାର ନିୟମିତ ଯତ୍ନ ଓ ସୁରକ୍ଷା ନେଲେ ହିଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାର୍ଥକ ହେବ ବୋଲି ଉପସ୍ଥିତମାନେ ମତ ପ୍ରକାଶ କରିଥିଲେ।

0 Comments