ନୂଆଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 




ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ବ୍ଲକ୍‌ର ୧୫ଟି ପଞ୍ଚାୟତରୁ ୧୦୭ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ବିଭାଗରେ ୫୪, ଶ୍ରବଣରେ ୨୨, ଚକ୍ଷୁରେ ୧୧ ଓ ଅନ୍ୟାନ୍ୟ ବିଭାଗରେ ୨୦ ଜଣ ଥିଲେ।



ଶିବିରରେ ୩ ଜଣଙ୍କୁ ହ୍ୱିଲ୍‌ଚେୟାର, ଜଣଙ୍କୁ ରୋଲେଟର, ଜଣଙ୍କୁ କାନ ମେସିନ୍‌ ଓ ଜଣଙ୍କୁ ବ୍ଲାଇଣ୍ଡ ଷ୍ଟିକ୍‌ ପ୍ରଦାନ କରାଯାଇଥିଲା। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଡ. ପ୍ରସନ୍ନ ପ୍ରସାଦ ସାହୁ (ଚକ୍ଷୁ ବିଭାଗ), ଡ. ସଞ୍ଜୟ ଦେବ (ଅସ୍ଥିଶଲ୍ୟ ବିଭାଗ), ଡ. ସୀତାଶ୍ରୀ ସେଠୀ (ଶ୍ରବଣ ବିଭାଗ), ସବିତା ବରାଡ଼ (ମାନସିକ ସ୍ୱାସ୍ଥ୍ୟ/ମନୋବିଜ୍ଞାନ), ସନ୍ତୋଷ କୁମାର ନାୟକ (ମନୋବିଜ୍ଞାନ ସାମାଜିକ କର୍ମୀ), ଡ. ଶତ୍ରୁଘ୍ନ ନାୟକ (ମେଡିସିନ) ଓ ଲକ୍ଷ୍ମୀପ୍ରିୟା ମଲ୍ଲିକ (ଅଡିଓଲୋଜିଷ୍ଟ) ପ୍ରମୁଖ ଚିକିତ୍ସା ଓ ପରୀକ୍ଷା କରିଥିଲେ।



ଶିବିରରେ ବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ବିଡିଓ ଡ. ଅମୃତ କୁମାର ରାଉଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଅଧିକାରୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଶିବିର ସକାଳ ୮ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣ ସାରିକା ଜେନା ଶିବିରର ସମନ୍ୱୟ କରିଥିଲେ।

Post a Comment

0 Comments