ନୂଆଗାଁ ବ୍ଲକ ଅନ୍ତର୍ଗତ ଖାଲମଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରଠାରେ ‘ଅନ୍ନପ୍ରାଶନ ଦିବସ’ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ୬ ମାସରୁ ୧ ବର୍ଷର ଶିଶୁଙ୍କ ମା', ଗର୍ଭବତୀ ମା', କିଶୋରୀ ବାଳିକା, ଆଶାକର୍ମୀ, କାର୍ଯ୍ୟକର୍ତ୍ତୀ, ମାତୃକମିଟି ସଦସ୍ୟବୃନ୍ଦ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମୁଖ୍ୟ ଆଲୋଚ୍ୟ ବିଷୟ: 'ଅନ୍ନପ୍ରାଶନ ଦିବସ ପାଳନ'ପ୍ରଥମେ ଅଙ୍ଗନବାଡ଼ି କର୍ମୀ କେନ୍ଦ୍ରକୁ ଆସିଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ
୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ: ଶିଶୁକୁ ୬ ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ଖୁଆଇବା। ୬ ମାସ ପୂରଣ ହେବା ପରେ ଅର୍ଦ୍ଧ-କଠିନ ଘରେ ତିଆରି ଖାଦ୍ୟ ଦେବା। ମାଆ ସର୍ବଦା ଖାଦ୍ୟ ତିଆରି ପୂର୍ବରୁ ଓ ଖୁଆଇବା ପୂର୍ବରୁ ହାତ ଭଲଭାବେ ଧୋଇବା ସହ ସଫାସୁତୁରା ରହିବେ।ଖାଦ୍ୟର ପରିମାଣ ଓ ପାଣି: ୭ ମାସ ଠାରୁ ଶିଶୁକୁ ଅଳ୍ପ ଅଳ୍ପ କରି ଦିନକୁ ୩ ରୁ ୪ ଥର ଖାଇବାକୁ ଦେବା ଏବଂ ତା' ସହିତ ପ୍ରଚୁର ପାଣି ପିଆଇବା।ବିବିଧ ଖାଦ୍ୟ ସହ ପରିଚିତ କରାଇବା: ଶିଶୁକୁ ଗୋଟିଏ ପ୍ରକାର ଖାଦ୍ୟ ନ ଦେଇ ନାନା ପ୍ରକାର ଖାଦ୍ୟ ସହିତ ପରିଚିତ କରାଇବା (ଯଥା: ଖେଚୁଡ଼ି, ଚକୁଳି, ରୁଟି, ଜାଉ/ପାଳୁଆ ଇତ୍ୟାଦି)।ଚାରି ପ୍ରକାର ପୁଷ୍ଟିକର ଶିଶୁକୁ ୪ ପ୍ରକାର ଖାଦ୍ୟ ଦେବା, ଯଥା:ଡାଲି, ମାଛ, ଅଣ୍ଡା, ଶସ୍ୟଜାତୀୟ ଖାଦ୍ୟ, ପନିପରିବା ଓ ଫଳ, ତେଲ, ଘିଅ. ଉକ୍ତ କାର୍ଯ୍ୟକ୍ରମ ରେ ଆଗନାବାଡି ଦିଦି ବୀଣାପାଣି ସ୍ବାଇଁଙ୍କ ତତ୍ୱାବଧାରେ ଅନୁଷ୍ଠିତ ହୋଇଥିଲା.


0 Comments