ତ୍ରିନାଥ ପ୍ରଧାନଙ୍କ ବାଡ଼ିରେ ଫୁଟିଲା ୬ଟି ଦୁର୍ଲଭ ବ୍ରହ୍ମକମଳ


ନୂଆଗାଁ: ନୂଆଗାଁ ବ୍ଲକ ନିକଟସ୍ଥ ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କ ବାଡ଼ିରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଘର ବାଡ଼ିରେ ଥିବା ବ୍ରହ୍ମକମଳ ଗଛରେ ଏକାସାଙ୍ଗରେ ୬ଟି ଦୁର୍ଲଭ ବ୍ରହ୍ମକମଳ ଫୁଲ ଫୁଟିଛି।


ପୌରାଣିକ ଓ ଧାର୍ମିକ ବିଶ୍ୱାସ ଅନୁଯାୟୀ, ବ୍ରହ୍ମକମଳ ଫୁଲ ଫୁଟିବା ଅତ୍ୟନ୍ତ ଶୁଭ ଓ ଦେବୀ-ଦେବତାଙ୍କ ଆଶୀର୍ବାଦର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ବିରଳ ସୁନ୍ଦର ଫୁଲଗୁଡ଼ିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଛଳର ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ତ୍ରିନାଥ ପ୍ରଧାନ ଓ ତାଙ୍କ ପରିବାରବର୍ଗ ଏହି ଫୁଲଗୁଡ଼ିକୁ ଭଗବାନଙ୍କୁ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଛଳରେ ଏକ ପବିତ୍ର ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।ଏହି ୬ ଗୋଟି ଫୁଲକୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିରରେ ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଛି । 

Post a Comment

0 Comments