ନୂଆଗାଁ (ନୟାଗଡ଼) — ପ୍ରକୃତିର ଶାନ୍ତ ଓ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଜଗନ୍ନାଥପ୍ରସାଦ, କନ୍ଦଳସ୍ଥିତ ମୀନକେତନ ସଂସ୍କୃତ ମହାବିଦ୍ୟାଳୟ ଆଜି ଭାରତୀୟ ଜ୍ଞାନପରମ୍ପରା ଓ ସଂସ୍କୃତ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ (ପୁରୀ) ଅଧୀନସ୍ଥ ଏହି ପାରମ୍ପରିକ ଶିକ୍ଷାପୀଠର ପୂର୍ବତନ ଛାତ୍ରଛାତ୍ରୀମାନେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସଫଳତା ହାସଲ କରି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛନ୍ତି।ଅଭିଳାଷ ମହାପାତ୍ର: ଶାସ୍ତ୍ର ଶିକ୍ଷାରୁ ଶୋଧନିର୍ଦ୍ଦେଶକ ହେବାର ପ୍ରେରଣାଦାୟୀ ଯାତ୍ରା ମହାବିଦ୍ୟାଳୟର ଅନ୍ୟତମ ପ୍ରମୁଖ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପୂର୍ବତନ ଛାତ୍ର ଅଭିଳାଷ ମହାପାତ୍ର।ପ୍ରାରମ୍ଭିକ ଶିକ୍ଷା: ଭଞ୍ଜନଗରସ୍ଥ ଶ୍ରୀବତ୍ସ ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀ ସମ୍ପନ୍ନ କରିବା ପରେ, ପିତାଙ୍କ ପ୍ରେରଣାରେ ସେ ସଂସ୍କୃତ ଶିକ୍ଷାରେ ନିଜର ଆଗ୍ରହ ପ୍ରକାଶ କରିଥିଲେ।ମହାବିଦ୍ୟାଳୟ ସ୍ମୃତି: କନ୍ଦଳବସ୍ଥିତ ମୀନକେତନ ସଂସ୍କୃତ ମହାବିଦ୍ୟାଳୟରେ ତାଙ୍କର ଶାସ୍ତ୍ରୀୟ ସଂସ୍କୃତ ଅଧ୍ୟୟନର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। ଶାନ୍ତ ଶିକ୍ଷାପରିବେଶ ଓ ଗୁରୁଜନମାନଙ୍କର ସ୍ନେହ-ମାର୍ଗଦର୍ଶନ ତାଙ୍କୁ ସଂସ୍କୃତ ପ୍ରତି ଆସକ୍ତ କରିଥିଲା।ଜାତୀୟ ଗୌରବ ଓ ସ୍ୱର୍ଣ୍ଣପଦକ: ପରବର୍ତ୍ତୀ ସମୟରେ ସେ ଗୁଜରାଟର ଶ୍ରୀ ସୋମନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଶାସ୍ତ୍ରୀ ଏବଂ ଆଚାର୍ଯ୍ୟ ଶିକ୍ଷା ସମ୍ପନ୍ନ କରିଥିଲେ। ଆଚାର୍ଯ୍ୟ ପରୀକ୍ଷାରେ ସର୍ବାଧିକ ଅଂକ ରଖି ସ୍ୱର୍ଣ୍ଣପଦକ ପ୍ରାପ୍ତ କରିବା ସହ ୨୦୨୩ ମସିହାରେ ରାଷ୍ଟ୍ରୀୟ ପାତ୍ରତା ପରୀକ୍ଷା (NET) ଉତ୍ତୀର୍ଣ୍ଣ ହୋଇଥିଲେ।ଶିକ୍ଷାଦାନ ଓ ଗବେଷଣା: ସୋମନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନି ବର୍ଷ ଧରି ଅଧ୍ୟାପକ ଭାବେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ସେ ବିଦ୍ୟାବାରିଧି (Ph.D.) ଅଧ୍ୟୟନରତ।ଶୋଧନିର୍ଦ୍ଦେଶକ ଦାୟିତ୍ୱ: ତାମିଲନାଡୁସ୍ଥିତ ସତ୍ୟାନୁସନ୍ଧାନ ଶୋଧକେନ୍ଦ୍ରରେ "ସ୍ୱରୂପ" ନାମକ ପ୍ରସିଦ୍ଧ ଗବେଷଣା ପ୍ରକଳ୍ପରେ ସେ ଶୋଧନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ନୂତନ ପିଢ଼ୀ ସମ୍ମୁଖରେ ଭାରତୀୟ ଜ୍ଞାନପରମ୍ପରାକୁ ସୁନ୍ଦର ଭାବେ ଉପସ୍ଥାପନ କରିବା ତାଙ୍କର ମୂଳ ଲକ୍ଷ୍ୟ।"କନ୍ଦଳର ଏହି ପାରମ୍ପରିକ ଶିକ୍ଷାପୀଠ କେବଳ ପାଠ୍ୟଜ୍ଞାନ ଦେଇନଥିଲା, ବରଂ ଶାସ୍ତ୍ର ପ୍ରତି ଆସକ୍ତି ଓ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥିଲା।"ଜାତୀୟ ସ୍ତରର ଅନୁଷ୍ଠାନରେ ମୀନକେତନ ମହାବିଦ୍ୟାଳୟର ଛାତ୍ରଛାତ୍ରୀସେହିପରି ମହାବିଦ୍ୟାଳୟର ଅନ୍ୟ ସଫଳ ଛାତ୍ରଛାତ୍ରୀମାନେ ନିଜର ନିଷ୍ଠା ବଳରେ ଦେଶର ପ୍ରମୁଖ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି: ସୌମ୍ୟ ରଞ୍ଜନ ଜାନୀ ଶ୍ରୀ ଲାଲ ବହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ। ରସ୍ମିତା ପ୍ରଧାନ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଭୋପାଳ ପରିସର, ମଧ୍ୟପ୍ରଦେଶ। ସ୍ୱାଧୀନା କହଁର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ। ନିର୍ମଳା ନାଏକ ,ଶ୍ରୀ ଲାଲ ବହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀ। ବିଇଡି ବିଭାଗରେ ପାଇଁ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ସେହିପରି ବିଦ୍ୟାଳୟର ଛାତ୍ରୀ ରୋଜାଲିନି କହଁରକେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ, ପୁରୀ,ଦୀପକ କୁମାର ବେହେୟା Edଶ୍ରୀ ଲାଲ ବହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ। ପ୍ରତିଷ୍ଠା କାଳରୁ ମୀନକେତନ ସଂସ୍କୃତ ମହାବିଦ୍ୟାଳୟ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶାସ୍ତ୍ରୀୟ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ ଶିକ୍ଷା ପାଇଁ ପ୍ରସ୍ତୁତ କରିଆସୁଛି। ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅଧ୍ୟାପକବୃନ୍ଦ ଏହି ସଫଳ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


0 Comments