କୋରଡ଼ା ଗ୍ରାମପଞ୍ଚାୟତରେ କମ୍ୟୁନିଟି ପ୍ୟାନେଲ ଟକ୍ ଅନୁଷ୍ଠିତ, ବାଲ୍ୟ ବିବାହ ରୋକିବାକୁ ସାମୂହିକ ଶପଥ
ନୂଆଗାଁ ବ୍ଲକ ନୟାଗଡ଼ ଜିଲ୍ଲା : ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ (C3) ପକ୍ଷରୁ କୋରଡ଼ା ଗ୍ରାମପଞ୍ଚାୟତ ରେ "କମ୍ୟୁନିଟି ପ୍ୟାନେଲ ଟକ୍ – ଶିକ୍ଷା ମାଧ୍ୟମରେ କିଶୋରୀ ସଶକ୍ତିକରଣ" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସାଗରିକା ପାତ୍ର (MPHW-F), ଶ୍ରୀ ଚିନ୍ମୟ କୁମାର ପ୍ରଧାନ (ଅଧ୍ୟାପକ) ଏବଂ ଶ୍ରୀ ସୁବ୍ରତ କୁମାର ସାହୁ (ବ୍ଲକ କୋଅର୍ଡିନେଟର, ପୋଷଣ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହର କାରଣ, ଏହାର କୁପ୍ରଭାବ, ଆଇନଗତ ବ୍ୟବସ୍ଥା ଓ ପ୍ରତିରୋଧ ପାଇଁ ସମାଜର ସମସ୍ତଙ୍କ ସକ୍ରିୟ ଭୂମିକା ଉପରେ ଆଲୋଚନା କରିଥିଲେ। ଏହା ସହିତ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ସିଥ୍ରୀର ବ୍ଲକ୍ ସଂଯୋଜିକା ସୌଜନ୍ୟା ନାୟକ ନୂଆଗାଁ ବ୍ଲକ ରେ କିଶୋର କିଶୋରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, କିଶୋର କିଶୋରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ଅଭିଭାବକମାନେ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ନ କରିବା ଓ ନ ହେବାକୁ ଦେବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଅଂଶ ଭାବେ କିଶୋର କିଶୋରୀମାନଙ୍କ ଦ୍ୱାରା ବାଲ୍ୟ ବିବାହ ନିରାକରଣ ଏବଂ କିଶୋରୀ ସଶକ୍ତିକରଣ ସମ୍ପର୍କିତ IEC ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା, ଯାହା ସମାଜରେ ସଚେତନତା ସୃଷ୍ଟିରେ ସହାୟକ ହେବ।
ଏହି କାର୍ଯ୍ୟକ୍ରମକୁ ସୌଜନ୍ୟା ନାୟକ, ବ୍ଲକ କୋଅର୍ଡିନେଟର, ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ (C3) ସଫଳତାର ସହ ପରିଚାଳନା କରିଥିଲେ।

0 Comments