ସୋରଡ଼ା ପଂଚାୟତର ଲୁଣିସରା ଗ୍ରାମ: ସ୍ୱାଧୀନତାର ୭୭ ବର୍ଷ ପରେ ବି ବ୍ରିଜ୍ ନାହିଁ, ନଈ ପାରି ହୋଇ ଯାତାୟାତ କରୁଛନ୍ତି ଗ୍ରାମବାସୀ

 ସୋରଡ଼ା ପଂଚାୟତର ଲୁଣିସରା ଗ୍ରାମ: ସ୍ୱାଧୀନତାର ୭୭ ବର୍ଷ ପରେ ବି ବ୍ରିଜ୍ ନାହିଁ, ନଈ ପାରି ହୋଇ ଯାତାୟାତ କରୁଛନ୍ତି ଗ୍ରାମବାସୀ

ନୂଆଗାଁ (ନୟାଗଡ଼) ନୂଆଗାଁ ବ୍ଲକ ସୋରଡ଼ା ପଂଚାୟତର ଲୁଣିସରା ଗ୍ରାମବାସୀ ଦୀର୍ଘ ଦିନ ଧରି ଏକ ବ୍ରିଜ୍ ପାଇଁ ଦାବି କରିଆସୁଛନ୍ତି। ଗ୍ରାମଟି ଜାତୀୟ ରାଜପଥ ନିକଟରେ ଥିଲେ ମଧ୍ୟ ଏକ ବ୍ରିଜ୍ ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଗ୍ରାମରେ ପ୍ରାୟ ୪୦ଟି ପରିବାର ଏବଂ ୨୫୦ ଜଣ ଲୋକ ବସବାସ କରୁଛନ୍ତି।

 ଗ୍ରାମ ଦେଇ ବହିଯାଉଥିବା ନଦୀ ଉପରେ ଏକ ବ୍ରିଜ୍ ନଥିବାରୁ ଗ୍ରାମବାସୀ ଯାତାୟାତ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି ପାଇଲେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ଫଳରେ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଇପାରନ୍ତି ନାହିଁ, ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଏପରିକି ଗ୍ରାମବାସୀ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବା ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।


ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ଅନେକ ବର୍ଷ ଧରି ପ୍ରଶାସନକୁ ଏକ ବ୍ରିଜ୍ ପାଇଁ ଅନୁରୋଧ କରିଆସୁଛନ୍ତି, କିନ୍ତୁ କୌଣସି ସୁଫଳ ମିଳିନାହିଁ। ସେମାନେ କହିଛନ୍ତି ଯେ ସ୍ୱାଧୀନତାର ଏତେ ବର୍ଷ ପରେ ବି ସେମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି। ନଦୀ ପାରି ହୋଇ ଯାତାୟାତ କରିବା ବହୁତ ବିପଜ୍ଜନକ।ବିଗତ ଦିନରେ ଏହି ନଡ଼ିଆରେ ବହୁ ଦୃଘଟଣା ଘଟି ଜନଜୀବନ ହାନି ମଧ୍ୟ ହୋଇଥିବାର ସୂଚନା ମିଳୁଛି. ଏହି ଦୀର୍ଘ ଦିନର ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଆଦ୍ୟାବାଦୀ ପଡ଼ିନାହିଁ.

Post a Comment

0 Comments