ନୂଆଗାଁ ଥାନାରେ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ



ନୂଆଗାଁ ସଦର ମହକୁମାରେ ଥୁବା ନୂଆଗାଁ ଥାନା କାର୍ଯ୍ୟାଳୟରେ ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ ଜୁଭେଂଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କର ଅଧିକାର, ସୁରକ୍ଷା ଏବଂ ସମାଜରେ ପୋଲିସର ଭୂମିକା ବିଷୟରେ ସଚେତନ କରିବା। ଏହା ପୋଲିସ୍ ଏବଂ କିଶୋରମାନଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବା ସହ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବାରେ ସାହାଯ୍ୟ କରେ।କାର୍ଯ୍ୟକ୍ରମ ଆରମ୍ଭରେ ନୂଆଗାଁ ଥାନା ଅଧିକାରୀ ରଶ୍ମିରଂଜନ ସାହୁ ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ ଏବଂ ପୋଲିସ ଏବଂ କିଶ୍ବର କିଶ୍ବରୀ ବାଳିକା ମଧ୍ୟରେ ସୁଷମର୍କ ସ୍ଥାପନ ସହିତ ଭୟକୁ କିଭଳି ଭାବରେ ଦୁରକରିହେବ ସେନେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଥାନା ଅଧିକାରୀ ପୁ୍ଖନୂପୁଖ ପୁଙ୍ଖ ଭାବରେ ବୁଝେଇଥିଲେ. ସମାଜରେ ନାରୀର ଭୂମିକା ଏବଂ ସନ୍ନମାନ ଏବଂ ବିଶ୍ୱ ସ୍ତରରେ ଶ୍ରେଷ୍ଠ ସ୍ଥାନରେ ରହିଛି.।



କ୍ରାଇମ ଏଗ୍ନେଷ୍ଟ ଓମେନ୍ ଆଣ୍ଡ ଚିଲଡ୍ରେନ ୱିଙ୍ଗ, ସିଆଇଡି ସିବି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର କିଶୋରୀମାନଙ୍କ ସୁରକ୍ଷା, ସାଇବର ଅପରାଧ, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ନିବାରଣ ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବାଲ୍ୟବିବାହ, ଅନଲାଇନ ଠକେଇରୁ ସତର୍କତା, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ଓ ଆଇନଗତ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ। ଯୁବପିଢିଙ୍କ ମନରେ ସଚେତନତା ସୃଷ୍ଟି କରି ସୁରକ୍ଷିତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଥିଲେ। ଏଥିସହିତ ପୁଲିସକୁ ଭୟ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ସଚେତନତା ମୂଳକ ଭିଡିଓ କିଶୋରୀ ବାଳିକାମାନଙ୍କୁ ଦେଖା ଯାଇଥିଲାସିଡିପିଓ ବାଳିକାମାନଙ୍କୁ ନିଜର ଅଭିଜ୍ଞତା କୁ ପରିପ୍ରକାଶ କରିବା ସହିତ କିଭଳି ବନ୍ଧୁତ୍ୱ ସହିତ ପୋଲିସ କୁ ସବୁ ଅସୁବିଧା ପରିପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ. ତତ ସହିତ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧନ ମଧ୍ୟ ମୋବାଇଲ ଏବଂ ପାଠ ପଢାସହିତ ସମ୍ପରକୁ ବ୍ୟାଖ୍ୟା କରିଥିଲେ । ଇଭଳି ମୋବାଇଲ ବ୍ୟବହାର ହିତକରି ଏବଂ ସେ ମଧ୍ୟ ବିନାଶର କାରଣ ନିଜ ଅଭିଭାଷଣରେ କହିଥିଲେ.କାର୍ଯ୍ୟକ୍ରମ ଶେଷରେ କିଶୋରୀ ବାଳିକାମାନଙ୍କୁ ଥାନା ପରିଦର୍ଶନ କରିବା ସହିତ ଥାନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ନୂଆଗାଁ ବ୍ଳକ ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ଏଏସଆଇ ପ୍ରଶାନ୍ତ କୁମାର ବିଶ୍ବାଳ, ମଦନ ମୋହନ ମହାପାତ୍ରଙ୍କ ସମେତ ପୁଲିସ କର୍ମଚାରୀ, ଅଙ୍ଗନବାଡି କର୍ମୀ, ସୁପରଭାଇଜର ଏବଂ କିଶୋରୀ ବାଳିକା ମାନେ ଉପସ୍ଥିତ ରହିଥିଲେ


Post a Comment

0 Comments