ଦଶପଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ

 ଦଶପଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ


ଦଶପଲ୍ଲା ୩/୫ ଦଶପଲ୍ଲାର ଐତିହାସିକ ସ୍ଥାନ ମେଳିଆ ତୋଟା ଠାରେ ବିଭିନ୍ନ ବାମପନ୍ଥୀ ସଂଗଠନ ଯଥା ସି ଆଇ ଟି ୟୁ  କ୍ଷେତ ମଜଦୂର ୟୁନିଅନ ,କୃଷକ ସଭା ଓ ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି। ପ୍ରାରମ୍ଭରେ ସମବେତ ଶ୍ରମିକ, କୃଷକ ,ଖେତମଜଦୂର୍ ଓ ଯୁବକ ମାନଙ୍କ ଉପସ୍ଥିତିରେ ଶ୍ରମିକ ଶ୍ରେଣୀର ଲାଲ ପତାକାକୁ ଶ୍ରମିକ ନେତା  ଉତ୍ତୋଳନ କଲାପରେ ଶ୍ରମିକ ମାନଙ୍କ ପାଇଁ ଲଢ଼େଇ କରି ଜୀବନ ଦେଇଥିବା ଶହୀଦ ମାନଙ୍କ ସ୍ମୃତି ସହିଦ ବେଦୀରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

 ଏହାପରେ ସି ଆଇ ଟି ୟୁ ନେତ୍ରୀ ତଥା ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ୟୁନିୟନର ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶଙ୍କ ସଭପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଵିଶିଷ୍ଟ ଶ୍ରମିକ ନେତା କମ୍ରେଡ ଶରତ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶ୍ରମିକ ଦିବସର ଇତିହାସ ଏବଂ ବିଶ୍ୱ ଶ୍ରମିକ  ସଂଗ୍ରାମର ସ୍ମୃତି ଚାରଣ ସହିତ ଆମ ଦେଶର ଶ୍ରମିକ ମାନଙ୍କ ଲଢ଼େଇ ର ଇତିହାସ ଉପରେ ଆଲୋଚନା କରିବା ସହିତ ଶ୍ରମିକ ମାନଙ୍କ ପାଇଁ ଥିବା ୪୪ ଗୋଟି ଶ୍ରମ ଆଇନକୁ ନରେନ୍ଦ୍ର ମୋଗି ସରକାର କିଭଳି ବାତିଲ କରିଦେଇ  ମାଲିକ ମାନଙ୍କୁ ସୁହାଇଲା ଭଳି ୪ ଗୋଟି ଶ୍ରମ କୋଡ଼ କରିଛନ୍ତି ବୁଝାଇଥିଲେ।  କୃଷକ ମାନଙ୍କ ଆନ୍ଦୋଳନ ଫଳରେ ଯେଉଁଭଳି ମୋଦି ସରକାର କୃଷକ ମାନଙ୍କ ବିରୁଦ୍ଧରେ ଆଣିଥିବା କୃଷି ଆଇନ କୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ସେହିଭଳି ଆଜି ଶ୍ରମିକ ମାନେ ଲଢ଼େଇ କରି ଏଇ ଶ୍ରମିକ ବିରୋଧୀ ଶ୍ରମକୋଡ କୁ ବାତିଲ କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ,ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ବିପିନ କୁମାର ବଜୁ, ପ୍ରକାଶ ମଣ୍ଡଳ, ସୁଶାନ୍ତ କୁମାର ନାୟକ , ସୁକାନ୍ତି ସ୍ୱାଇଁ, ବ୍ରଜବନ୍ଧୁ ପ୍ରଧାନ , ବିରଞ୍ଚି ନାୟକ ଓ ସ୍ୟାମ ସୁନ୍ଦର ମୁଦୁଲି ପ୍ରମୁଖ ଆଲୋଚନା କରିଥିଲେ,

Post a Comment

0 Comments