ଦଶପଲ୍ଲା ୮/୫ ଆଜି ଦଶପଲ୍ଲା ପୋଲିସ ପକ୍ଷରୁ ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ “ଜୁଭେଂଟିକା” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଶପଲ୍ଲା ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀ ଓ ଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ପୋଲିସ ପକ୍ଷରୁ ସାଇବର ଠକେଇ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର, ମହିଳା ନିର୍ଯାତନା ପ୍ରତିରୋଧ ଏବଂ ଆପତ୍କାଳୀନ ସମୟରେ ପୋଲିସ ସହାୟତା କିପରି ନିଆଯିବ ସେନେଇ ବିସ୍ତୃତ ସଚେତନତା ପ୍ରଦାନ କରାଯାଇଥିଲା।
ଥାନା ଅଧିକାରୀ ଶ୍ରୀ ପରିଡା କହିଥିଲେ ଯେ, ମହିଳା ଓ ଛାତ୍ରୀମାନେ ସଚେତନ ହେଲେ ଅନେକ ଅପରାଧକୁ ରୋକାଯାଇପାରିବ। ସେମାନେ ନିର୍ଭୟରେ ଆଗକୁ ଆସି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଛାତ୍ରୀ ଓ ମହିଳାମାନେ ଏପରି ସଚେତନତାମୂଳକ ପଦକ୍ଷେପକୁ ସ୍ୱାଗତ କରିଥିଲେ।,


0 Comments