ଦଶପଲ୍ଲା ୧୫/୫ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସିମିଳିସାହି ପଂଚାୟତ ର ଦେଢଶର ଗ୍ରାମ ରେ ଥିବା ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ଙ୍କ ପୀଠରେ ୪ ର୍ଥ ବାର୍ଷିକ ନିମନ୍ତେ ବିଶ୍ଵଶାନ୍ତି ଶୈବ ମହାଯଜ୍ଞ ଓ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଗୁରୁବାର ଠାରୁ ଆରମ୍ଭ ହୋଇଛି, ଏହି ଉପଲକ୍ଷେ କୁଆଁ ରିଆ ନଦୀ ତଟ ଦେଶରୁ କଳସରେ ଜଳ ଧରି ପ୍ରାୟ ୭୫୦ କଳସ ଧାରୀ ମହିଳା ଓ ପୁରଷ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଦେଢ଼ ଶର ଗ୍ରାମ ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ, ଉକ୍ତ ଶୋଭାଯାତ୍ରା ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ୍ ଅଧ୍ଯକ୍ଷା ସୁନନ୍ଦା ସାହୁ ,ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଉପେନ୍ଦ୍ର କୁମାର ସାହୁ ,ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ ହରିଶ୍ଚନ୍ଦ୍ର ଜାନିଙ୍କ ସମେତ ବହୁ ସରପଂଚ , କାଉନସିଲର ସାମିଲ ହୋଇଥିଲେ , ପ୍ରତ୍ୟହ ମନ୍ଦିର ଠାରେ ହୋମ,ଯଜ୍ଞ, ଅଷ୍ଟ ପ୍ରହରୀ, ସଂକୀର୍ତ୍ତନ ଚାଲୁ ରହିଛି,୪ ଦିନ ଧରି ଏହି କାର୍ଯ୍ୟ କ୍ରମ ମନ୍ଦିର ଠାରେ ଚାଲିବ ବୋଲି ଜଣାଯାଇଛି


0 Comments