ନୂଆଗାଁ ବ୍ଲକ
ଆଜି ସନ୍ଧ୍ୟା ସମୟରେ ହଠାତ ମାଡ଼ିଆସିଥିବା କାଳବୈଶାଖୀ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପାରାଢ଼ିପି ପଞ୍ଚାୟତର ବାଲଣ୍ଡା ଗ୍ରାମ ନିକଟସ୍ଥ ଶନି ମନ୍ଦିର ରୋଡରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଇନଚାର୍ଜ ଅଜୟ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଡ୍ରାଇଭର ହାବିଲଦାର ଅବସ ରଞ୍ଜନ ସାମଲଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀ ସୁଚିତ୍ର ବଳିୟାରସିଂହ, ବୈକୁଣ୍ଠ ନାଥ ବେହେରା ଓ ଜନ୍ମେଜୟ ନାୟକ ପ୍ରମୁଖ କଟର ସାହାଯ୍ୟରେ ଗଛଟିକୁ କାଟି ରାସ୍ତା ସଫା କରିଥିଲେ। ରାତିର ଅନ୍ଧକାର ସତ୍ତ୍ୱେ ଅଗ୍ନିଶମ ବାହିନୀର ନିଷ୍ଠାପର ଉଦ୍ୟମ ଯୋଗୁଁ ପୁଣିଥରେ ଯାତାୟାତ ସ୍ୱାଭାବିକ ହୋଇପାରିଛି।

0 Comments