ବି ଡି ଓ ଙ୍କ ବିଭିନ୍ନ ଅଂଚଳ ପରିଦର୍ଶନ,



ଦଶପଲ୍ଲା ୩/୫ ଦଶପଲ୍ଲା ବ୍ଲକ ଅଞ୍ଚଳ ରେ ଗତ ୩୦ ତାରିଖ ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ରେ ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାଯାଇଛି,ବହୁ ସ୍ଥାନରେ ଘର ଉଡାଇନେଵା ସହ ଘର ଭାଂଗି ନଷ୍ଟ ହୋଇଯାଇଥିବା ଜଣାଯାଇଛି, ବିଭିନ୍ନ ସ୍ଥାନରେ ଗଛ ମାନ ଭାଂଗି ନଷ୍ଟ ହୋଇଯିଵା ସହ ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନି ସେବା କର୍ମଚାରୀ ମାନେ ଯୁଦ୍ଧ କାଳୀନ ଭିତ୍ତି ରେ ଗଛ ଗୁଡିକୁ କାଟି ରାସ୍ତାକୁ ସଫା କରିଥିଲେ,  କାଳବୈଶାଖୀ ପରେ ଦଶପଲ୍ଲା ବି ଡି ଓ ଶରତ କୁମାର ମଲ୍ଲିକ ଶୁକ୍ରବାର ବିଭିନ୍ନ ଅଂଚଳ ଗସ୍ତ କରି ଫେରିଥିବା ଜଣାପଡିଛି,ବି ଡି ଓ ଶ୍ରୀ ମଲ୍ଲିକ କୁଲୁରୁକୁମ୍ପା ପଂଚାୟତ ର ଦୁର୍ଗା ପ୍ରସାଦ ପରିଦର୍ଶନ କରିବା ସହ ଦୁରୁକିପାଜୁ ଗ୍ରାମ ରେ ପହଂଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଜନସାଧାରଣ ଙ୍କ ସମସ୍ୟା ପଚାରି ବୁଝିଥିଲେ, ଏବଂ 

ଜନସାଧାରଣ ଙ୍କୁ  ଆଶ୍ଵାସନା ଦେଇଥିଲେ,

Post a Comment

0 Comments