ଗଣିଆ -୨୪/୦୫( ସରୋଜ କୁମାର ଦାଶ)ବର୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଜୀବଜଗତ ପାଣି ଟୋପାଏ ପାଇଁ ଆତୁର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସରକାରୀ ତଥା ବେସରକାରୀ ସଂସ୍ଥା ମାନଙ୍କ ଦ୍ଵାରା ଜଳ ଛତ୍ର ଖୋଲା ଯାଇଛି । ମାତ୍ର ବଡ ଦୁଃଖ ର ବିଷୟ ନୟାଗଡ଼ ଜିଲ୍ଲାର ଗଣିଆ ରେ ନା ପଞ୍ଚାୟତ ତରଫରୁ ନାଁ ପଞ୍ଚାୟତ ସମିତି ତରଫରୁ ଏପର୍ଯ୍ୟନ୍ତ ଜଳଛତ୍ର ଟିଏ ଖୋଲାଯାଇ ପାରିନାହିଁ । ଗଣିଆ ରେ ସପ୍ତାହ କୁ ଦୁଇ ଥର ହାଟ ବସେ ।ଏହି ହାଟକୁ ଗଣିଆ ବ୍ଲକ ସହିତ ନିକଟବର୍ତ୍ତୀ ଖଣ୍ଡପଡ଼ା ବ୍ଲକ ଓ କଟକ ଜିଲ୍ଲା ର ନରସିଂହପୁର ବ୍ଲକର ଖାଉଟି ମାନେ ଆସିଥାନ୍ତି ।ମାତ୍ର ସରକାରୀ ସ୍ତରରେ ଜଳଛତ୍ର ଟିଏ ନଥିବାରୁ ପିଇବା ପାଣିଟୋପେ ପାଇଁ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାନୁଜ ରାମ ମିଶ୍ରଙ୍କ ନେତୃତ୍ବରେ ଗଣିଆ ରାମଦୟା ପରିଷଦର ସଦସ୍ୟ ମାନେ ଆଜି ଗଣିଆ ବଜାର ର ଗାନ୍ଧୀ ଛକ ଠାରେ ସମସ୍ତ ଙ୍କୁ ଟଙ୍କ ତୋରାଣି ବାଣ୍ଟିଥିଲେ ।ସୁରେଶ କୁମାର ଦାଶ, ରାକେଶ ଷଡ଼ଙ୍ଗୀ,ନିତିଶ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସହିତ ପରିଷଦର ସମସ୍ତ ଯୁବ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ସରକାରୀ ସ୍ତରରେ ଜଳଛତ୍ର ଖୋଲାଯାଇ ନଥିବାବେଳେ ପରିଷଦର ଯୁବ ସଦସ୍ୟ ମାନଙ୍କର ଏ ପ୍ରକାର ପ୍ରଚେଷ୍ଟା କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି


0 Comments