ଦୀପିକା କଳା, ବିକାଶ ବିଜ୍ଞାନ ନୂଆଗାଁ ବ୍ଲକ ଟପର

ଦୀପିକା ପ୍ରିୟଦର୍ଶିନୀ ସାହୁ ୫୫୫ ନମ୍ବର ରଖି ନୂଆଗାଁ ବ୍ଲକ ଟପର

Nuagaon Higher Secondary School, Nuagaon

Dist : Nayagarh, Block : Nuagaon




ନୂଆଗାଁ ବ୍ଲକରେ ଯୁକ୍ତ ୨ ଫଳାଫଳ ପ୍ରକାଶ ପାଇଥିବା ବେଳେ କଳାରେ ସମୁଦାୟ ୮୫ ପ୍ରତିଶତ ଏବଂ ବିଜ୍ଞାନରେ ୯୨ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତଥର ଠାରୁ ଚଳିତବର୍ଷ ଛାତ୍ରଛାତ୍ରୀମାନେ ଭଲ ସଫଳତା ହାସଲ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କଳାରେ ନୂଆଗାଁ ବ୍ଲକ ମାଳିସାହି ଗତିକେଶ୍ବର କଲେଜରେ ୨୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ବାହାଡାଝୋଲା ଦଧିବାମନଜୀଉ କଲେଜରେ ୧୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୪୨ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି, ମହିପୁରରେ ୧୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୩ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି ଏବଂ ନୂଆଗାଁ କଲେଜରେ ୨୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୭ ଜଣ ଅକୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ କଳାରେ ନୂଆଗାଁ କଲେଜର ଦୀପିକା ପ୍ରିୟଦର୍ଶିନୀ ସାହୁ ୫୫୫ ନମ୍ବର ରଖି ନୂଆଗାଁ ବ୍ଲକ ଟପର ହୋଇଛନ୍ତି।

ବିଜ୍ଞାନରେ ମାଳିସାହି କଲେଜର ବିକାଶ ସାହୁ ୫୩୭ ନମ୍ବର ରଖି ନୂଆଗାଁ ବ୍ଲକ ଟପର ହୋଇଛନ୍ତି।

      Gatiswar Higher Secondary School, Malisahi


ବିଜ୍ଞାନରେ ମାଳିସାହି ଗତିକେଶ୍ବର କଲେଜରେ ୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୫ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ମାଳିସାହି କଲେଜର ବିକାଶ ସାହୁ ୫୩୭ ନମ୍ବର ରଖି ନୂଆଗାଁ ବ୍ଲକ ଟପର ହୋଇଛନ୍ତି।

BABITA PRADHAN(533)

GOVT HIGHER SECONDARY SCHOOL, MAHIPUR

Dist : Nayagarh, Block : Nuagaon

ଅଙ୍କିତା ନାୟକ (553)

Dadhibamanjew Higher Secondary School , Bahadajhola