ଦହିପାଣି ବଣ୍ଟନ ସହ ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ



ଦଶପଲ୍ଲା :୧୫/୫()ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜପଥ ଉପରେ ଯାତାୟତ କରୁଥିବା ପଥଚାରୀ ଓ ପଂଚାୟତ କାର୍ଯ୍ୟାଳୟକୁ ଭର୍ତ୍ତା ନେବାପାଇଁ ଆସିଥିବା ଶତାଧିକ ଲୋକଙ୍କ ପାଇଁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟାଣ୍ଡ ନିକଟରେ ସକାଳ ୯ ଘଟିକାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ସେବାକାର୍ଯ୍ୟ ଚାଲିଥିଲା। ଅନୁଷ୍ଠାନର ଚେୟାରମ୍ୟାନ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ନିର୍ଦେଶକ୍ରମେ ସମ୍ପାଦକ ନିହାର ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପଥଚାରୀ, ଶ୍ରମିକ ତଥା ପଂଚାୟତ କାର୍ଯ୍ୟାଳୟକୁ ଭର୍ତ୍ତା ପାଇଁ ଆସିଥିବା ଶତାଧିକ ବୃଦ୍ଧ ମାନଙ୍କୁ ଥଣ୍ଡା ଦହିପାଣି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ ସନ୍ତୋଷ କୁମାର ସାହୁ, ମନ୍ମଥ କୁମାର ସାହୁ, ଚନ୍ଦ୍ରଶେଖର ନାଏକ,ମାନସ କୁମାର ପରିଡ଼ା, ଚନ୍ଦନେଶ୍ୱର ଦାସ, ସନ୍ତୋଷ କୁମାର ସାହୁ, ଛବିରାଜ ସାହୁ,ବିଦ୍ୟାଧର ମୁଦୁଲି, ନାରାୟଣ ସାହୁ,ସନ୍ତୋଷ କୁମାର ମୁଦୁଲି,ରବିନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୈବ ବିବିଧତା ପରିଚାଳନା କମିଟି ଟାକରା ପଂଚାୟତର ସଭାପତି ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଉତ୍ସାହିତ କରିବା ସହ ବଣ୍ଟନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ପ୍ରଚଣ୍ଡ ଖରାରେ କଲବଲ ହେଉଥିବା ଲୋକେ ଦହିପାଣି ପିଇ ଆଶ୍ୱସ୍ଥି ଲାଭ କରିଥିଲେ। ଅନୁଷ୍ଠାନ ର ଚେୟାରମେନ ଏବଂ ସଂପାଦକ ଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଟ୍ରଷ୍ଟ ପକ୍ଷରୁ "ସେବା ମହୋତ୍ସବ" ମାଧ୍ୟମରେ ପ୍ରାୟ ୧ହଜାର ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ରକ୍ତଦାନ ଶିବିର ଆୟୋଜନ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ବିଭିନ୍ନ ଗ୍ରାମରେ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କ ଘରକୁ ଯାଇ ସଦସ୍ୟ ମାନେ  ଅଭିଭାବକ ଓ ପିଲାଙ୍କୁ ବୁଝା�

Post a Comment

0 Comments