ଦଶପଲ୍ଲା ବ୍ଲକ ପରିସରରେ ଜାତୀୟ ପଂଚାୟତ ରାଜ ଦିବସ ୨୦୨୬ ଉତ୍ସାହର ସହିତ ପାଳନ କରାଯାଇଛି


 ଦଶପଲ୍ଲା ବ୍ଲକ ପରିସରରେ ଜାତୀୟ ପଂଚାୟତ ରାଜ ଦିବସ ୨୦୨୬ ଉତ୍ସାହର ସହିତ ପାଳନ କରାଯାଇଛି। ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇଥିଲେ। ସେହିପରି ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ ଦଶପଲ୍ଲା ସିଏଚସିର ଡାକ୍ତର ଜ୍ୟୋତିମୟୀ ପଣ୍ଡା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।ଏହି ଅବସରରେ ପଂଚାୟତ ରାଜ ବ୍ୟବସ୍ଥାର ଗୁରୁତ୍ୱ, ଗ୍ରାମୀଣ ଉନ୍ନତିରେ ସ୍ଥାନୀୟ ସ୍ୱଶାସନ ସଂସ୍ଥାମାନଙ୍କ ଭୂମିକା ଓ ଲୋକମାନଙ୍କ ସହଭାଗୀତା ବିଷୟରେ ଅତିଥିମାନେ ମତାମତ ରଖିଥିଲେ। ସେମାନେ କହିଥିଲେ ଯେ ପଂଚାୟତ ରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମ ମାନଙ୍କର ସମଗ୍ର ଉନ୍ନତି ସମ୍ଭବ ହୋଇପାରେ ଓ ଲୋକମାନେ ସକ୍ରିୟ ଭାବେ ଏଥିରେ ଯୋଗଦେବା ଆବଶ୍ୟକ।କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂସାହାୟ୍ୟ ଗୋଷ୍ଠୀ, ଜନପ୍ରତିନିଧି,ପି ଆର ଆଇ ମେମ୍ବର,ସରକାରୀ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ। ଶେଷରେ ସମସ୍ତଙ୍କୁ ପଂଚାୟତ ରାଜ ମୂଲ୍ୟବୋଧକୁ ଅନୁସରଣ କରି ଗ୍ରାମ ଉନ୍ନତିରେ ସହଭାଗୀ ହେବାକୁ ଆହ୍ୱାନ କରାଯାଇଥିଲା। ଉତ୍ସଵ ରେ ବିଭିନ୍ନ ପଂଚାୟତ ର ସରପଂଚ ମାନଙ୍କୁ ସମ୍ମାନୀତ କରାଯାଇଥିଲା,

Post a Comment

0 Comments