ନୟାଗଡ଼ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ମଞ୍ଚରେ ଦେଖାଗଲେନି ବିଧାୟକ କି ସାଂସଦ


​ନୟାଗଡ଼, ୨୪/୪ : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମରେ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଜିଲ୍ଲାସ୍ତରୀୟ ସମାରୋହରେ କୌଣସି ନିର୍ବାଚିତ ବିଧାୟକ କିମ୍ବା ସାଂସଦଙ୍କୁ ମଞ୍ଚରେ ଦେଖିବାକୁ ନମିଳିବା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା।
​ଏହି ସମାରୋହରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ବ୍ଲକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ବିଡିଓ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରାଘବ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ।

​ସଭାର ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଗୁରୁତ୍ୱ ଓ ଏହାର ସୁଫଳ ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
​ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ନିଜ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଞ୍ଚାୟତଗୁଡ଼ିକୁ ପ୍ରଶଂସା କରିଥିଲେ। ଏଥିସହିତ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ 'ଆଦର୍ଶ ପଞ୍ଚାୟତ' ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥିଲେ।
​ଜିଲ୍ଲାପାଳ ମଧୁମିତା ରଥ ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ଯଥା: ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଏବଂ ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ।
ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପଞ୍ଚାୟତ ଓ ପ୍ରତିନିଧି ମାନଙ୍କୁ ପୁରସ୍କୃତ କରାଯାଇଥିଲା ​ସଭାକାର୍ଯ୍ୟ ଶେଷ ହେବା ପରେ ଖଣ୍ଡପଡ଼ା ବିଧାୟକ ସଭାସ୍ଥଳରେ ପହଞ୍ଚିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଆଜିର ଏହି ସମାରୋହରେ ମଞ୍ଚ ସଂଯୋଜନା କରିଥିଲେ।

Post a Comment

0 Comments