ଆଜି ତା ୨୪-୦୪-୨୦୨୬ ରିଖ ଦିବା ୧୧ ଘଟିକା ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହମାସ୍ ର ଆୟୋଜନରେ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ନୁଆଗାଁ ବ୍ଳକର ସିକ୍ରୀଡା ଗ୍ରାମ ପଞ୍ଚାୟତ ଠାରେ ପ୍ରଥମ ଥର ଝୋଟ ଚାଷ ଅଗ୍ରଗତି ନିମନ୍ତେ ନୂଆଗାଁ , ଖଣ୍ଡପଡା ଓ ଦଶପଲ୍ଲା ବ୍ଲକର ଶତାଧିକ ଚାଷୀଙ୍କୁ ନେଇ ଗୋଟିଏ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉତଘାଟନ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଝୁଟ କର୍ପୋରେସନ ଭାରତ ସରକାରଙ୍କ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଇମ୍ରାନ ଅଲି ମଣ୍ଡଳ.ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ କୃଷି ଅଧୀକାରି, ନୁଆଗାଁ ଶ୍ରୀଯୁକ୍ତ ନିହାର ରଞ୍ଜନ ପୃଷ୍ଟି , ଶ୍ରୀଯୁକ୍ତ ସୁବ୍ରକାନ୍ତ ଶତପଥୀ ସିନିଅର ଝୋଟ କର୍ପୋରେସନ, ଶ୍ରୀଯୁକ୍ତ ଦିବ୍ୟାନ୍ଦୁ ବିଶ୍ୱାସ ଜୁନିଅର ଆସିଷ୍ଟାଣ୍ଟ ଝୋଟ କର୍ପୋରେସନ ଯୋଗ ଦେଇଥିଲେ। ସିକ୍ରୀଡା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ପରିଡା ଯୋଗଦେଇଥିଲେ. ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ଅନୁଷ୍ଠାନର ସଂଯୋଜିକା ସୁନୀତା ଦାଶଗୁପ୍ତା ଅନୁଷ୍ଠାନର ୨୬ ବର୍ଷର ଅନୁଭୂତି ଓ ଚାଷୀଙ୍କ ସହିତ କଣ କଣ ହୋଇଛି ତାହାଉପରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ ଝୋଟ କର୍ପୋରେସନର ଶ୍ରୀଯୁକ୍ତ ଦିବ୍ୟାନ୍ଦୁ ବିଶ୍ବାସ ଚାଷୀଙ୍କୁ କିପରି ବିହନ ସବ୍ସିଡିରେ ଯୋଗାଇ ଦିଆଯାଉଛି ଓ କେମିତି ଚାଷ ହେଉଛି ତାହା ଉପରେ ପାୱାର ପଏଣ୍ଟ ପ୍ରେସେନନ୍ଟେସନ ଉପସ୍ଥାପନ କରିଥିଲେ। କୃଷି ବିଭାଗରୁ ଆସିଥିବା ଗୋଷ୍ଟି କୃଷି ଅଧିକାରୀ ଶ୍ରୀଯୁକ୍ତ ନିହାରରଞ୍ଜନ ପୃଷ୍ଟି ଚାଷୀ ଚାଷ କଲାପରେ ତାର ବିକ୍ରୟ ବାବଦରେ ବିତରଣ ଉପରେ ପ୍ରଶ୍ନ କରିଥିଲେ। ଚାଷୀର ଲାଭ କଣ ରହିବ ଏବଂ ଜଳସେଚନ ? ଝୋଟ କର୍ପୋରେସନର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଇମ୍ରାନ ଅଲ୍ଲୀ ମଣ୍ଡଳ ବୁଝାଇଥିଲେ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେମିତି ତାଙ୍କ ବିଭାଗ ଚାଷୀଙ୍କ ସହରହି କାମ କରିବ, ମାଟି ପରୀକ୍ଷା ଠାରୁ ବିହନ ବିତରଣ, ଅମଳ କେମିତି ମେସିନ୍ ଦ୍ୱାରା ହେବ, ଘାସ ମାରିବା ସହ ବିହନ ବୁଣିବା ଯନ୍ତ୍ର ,ଅମଳ ବେଳେ ଔଷଧ ଦେବା ଶୀଘ୍ର ଅମଳ ପାଇଁ ଆଗରୁ ଝୋଟକୁ ପାଣିରେ ୧୫ ଦିନରୁ ଏକ ମାସ ପାଣିରେ ବୁଡ଼ାଇ ରଖୁଥିଲେ ତେବେ ଏହି ଔଷଧ ସିଞ୍ଚନ ଦ୍ୱାରା ମାତ୍ର ଏକ ସପ୍ତାହରେ ଅମଳ ହୋଇଯିବ। ଏହି ସବୁ ଜିନିଷ ଚାଷୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି।
ଚାଷୀ ଅମଳ ପରେ ଝୋଟ କୁ କର୍ପୋରେସନ କୁ ଦେବ। କ୍ୱିଣ୍ଟାଲ ପ୍ରତି ଟ.୭୦୦୦ (ସାତ ହଜାର ଟଙ୍କା ମାତ୍ର) ପାଇବ ଯଦି ଜଣେ ଚାଷୀ ୧ ଏକର ଚାଷ କରେ ତେବେ ୩ କେଜି ବିହନ ଲାଗିବ। କେଜି ପ୍ରତି ଷାଠିଏ ଟଙ୍କା ଯାହାର ମୂଲ୍ୟ ସବ୍ସିଡିରେ ମାତ୍ର ଶହେ ଅସି ଟଙ୍କା ଅମଳ ହେବ ୧୨ କ୍ୱିଣ୍ଟାଲ ଯାହାର ମୂଲ୍ୟ ୮୦,୦୦୦( ଅସି ହଜାର ଟଙ୍କା ମାତ୍ର) ଚାଷୀ ପାଇବ। ଯଦି ଚାଷୀ ବାହାରେ କମ୍ପାନୀକୁ ବିକ୍ରି କରିବ ତେବେ କ୍ୱିଣ୍ଟାଲ ପ୍ରତି ୧୫,୦୦୦(ପନ୍ଦର ହଜାର ଟଙ୍କା ମାତ୍ର) ପାଇବ। ଯାହାକି ଚାଷୀର ଆର୍ଥିକ ସ୍ଥିତିକୁ ସୃଦୁଡ କରି ପାରିବ ବୋଲି କହିଥିଲେ। ଶ୍ରୀଯୁକ୍ତନିହାର ରଞ୍ଜନ ପୃଷ୍ଟି କହିଲେ ଆମ କୃଷି ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ଚାଷୀ ମାନଙ୍କୁ ପୋତ୍ସାହନ ଦେବା ପାଇଁ। ଆଉ ଅନ୍ୟାନ ସୁବିଧା ସୁଯୋଗ ଯାହାସବୁ ଅଛି ଆମେ ଚାଷୀଙ୍କୁ ଯୋଗାଇଦେବୁ। ଚାଷୀଙ୍କର ଅଭିଯୋଗ ଯେ କୃଷି ବିଭାଗ ଆମକୁ ସିମେଣ୍ଟ କୁଣ୍ଡ ଯୋଗାଇ ଦିଅନ୍ତୁ ହେଲେ ଆମ ଠିକ୍ ସେ ଅମଳ କରିପାରିବୁ।
ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିଜୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର କର୍ମଚାରୀ,ଦିଲ୍ଲୀପ ନନ୍ଦ, ଜଗନ୍ନାଥ ପ୍ରଧାନ, ରଘୁନାଥ ବେହେରା, ହରଷ ନାୟକ, ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ ଓ ଅଶୋକ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।



0 Comments