ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

 



ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ନୂଆଗାଁ ପଂଚାୟତ ସମିତି ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜ ସମ୍ମୁଖ ଖେଳ ପଡିଆରେ ସକାଳ ୯ ଘଟିକା ସମୟରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ବ୍ଲକସ୍ତରୀୟ ପତାକା ଉତୋଳନ କରିବେ। ପରେଡ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ସଙ୍ଗୀତ ଏବଂ ସାଧାରଣଜ୍ଞାନ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହେବ। ଆଜିର ଏହି ବୈଠକରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ ଡ. ଅମୃତ କୁମାର ରାଉଳ, ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ତା, ନୂଆଗାଁ ଅଗ୍ନିଶମ ଅଧିକାରୀ ଅପୂର୍ବ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣ ସାରିକା ଜେନା ଏବଂ କନିଷ୍ଠ ସହାୟକ ରଘୁନାଥ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

V to V
Essay – APJ ଅବ୍ଦୁଲ କଲାମ
Debate – ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଉଚିତ କି?
VI to VIII
Essay – ଯୌଥ ପରିବାର
Debate –ପରିବେଶ ସୁରକ୍ଷା ବ୍ୟକ୍ତିଗତ ନା ସାମୁହିକ
IX – X
Essay – ମାତୃଭାଷା ଶିକ୍ଷା
Debate -ବିଜ୍ଞାନ ମାନବ ସମାଜ କୁ ସାହାଯ୍ୟ କରୁଛିକି?
+2/+3
Essay – ଶିକ୍ଷା କ୍ଷେତ୍ରରେ AI ଭୂମିକା

Debate – ଆଧୁନିକତା ସଂକୃତିର ବିକାଶ ନା ବିନାଶ


Post a Comment

0 Comments