ନୂଆଗାଁରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର,୬୫ ଗୋଟି ଅଭିଯୋଗ ଗ୍ରହଣ

 



ନୟାଗଡ ଜିଲ୍ଲା ନୂଆଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନଶୁଣାଣି ଶିବିରରେ ସମୁଦାୟ ୬୫  ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୫୮   ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ସହ ୦୬   ଗୋଟି ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ଏଥିରୁ ୨୧   ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା। । ୦୧  ଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା ଅବଶିଷ୍ଟ ମାମଲା ଗୁଡିକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିେର୍ଦ୍ଦଶ ଦିଆଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଆରକ୍ଷୀ ଅଧୀକ୍ଷକ ଏସ୍‌. ସୁଶ୍ରୀଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, , ବିଡିଓ ଡ. ଅମୃତ କୁମାର ରାଉଳ ତହସିଲଦାର ହେମନ୍ତ କୁମାର ନାୟକ ସମେତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments