ପ୍ରକୃତିର ଶିକ୍ଷା
କବି:- ଲିପୁନ୍ ବାଡତ୍ୟା
ରବି ନେଇ ଆସେ ନିଜ ଆଲୋକ
ଆମେବି ତାପରି ହବା ସଙ୍ଗାତ।
ବୃକ୍ଷ ଢାଳିଦିଅ ନିଜର ଛାଇ
ଅନ୍ୟକୁ ସାହାଯ୍ୟ କରରେ ଭାଇ।
ପର୍ବତ ଦେଖୁ ଯେ କେତେ ଶିଖର
ନିଜର ଲକ୍ଷ୍ୟକୁ ଅଧିକ କର।
ପତର ଆକାର ଏତେ ନିର୍ମଳ
ମନକୁ ସର୍ବଦା ରଖ କୋମଳ।
ଫୁଲର ଆୟୁସ ଅଳପ ଦିନ
ଶୀଘ୍ର ଚାଲିଯିବ ଏଇ ଜୀବନ।
ଶିଳା ସବୁବେଳେ ଥାଏ ଯେ ସ୍ଥିର
ଅଯଥା କଥାକୁ ଚିନ୍ତା ନ କର।
ବୁନ୍ଦାଏ ବୁନ୍ଦାଏ ପାଣିର ଧାର
ପ୍ରତିଦିନ କିଛି କାମ ଯେ କର।
ବସୁଧା ସହଇ ଅନେକ କଷ୍ଟ
ନିଜକୁ କରିବା ଖୁବ୍ ଶାନ୍ତ ଶିଷ୍ଠ।
![]() |
ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶେରଗଡ ,ଗଞ୍ଜାମ
+୨ୟ ବର୍ଷର ଛାତ୍ର ବିଜ୍ଞାନ ଷ୍ଟ୍ରିମ୍


0 Comments