ଦଶପଲ୍ଲା:- ୧/୧୨ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ କୃଷ୍ଣପ୍ରୀୟା ମହିଳା ମହବିଦ୍ୟାଳୟ ଠାରେ ୟୁଥ୍ ରେଡକ୍ରସ୍ ୟୁନିଟ ଓ ଓଏସଏସିଏସ ଏବଂ ରାଜ୍ୟ ରେଡ଼କ୍ରସ ଶାଖା,ଭୁବନେଶ୍ୱର ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ସମସ୍ତ ସ୍ବେଛାସେବୀ, ଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏକତ୍ରିତ ହୋଇ କଲେଜ ଠାରୁ ଏକ ସଚେତନତା ଶୋଭାଯାତ୍ରା ରେ ବାହାରି ଦୁର୍ଗାବଜାର, ଥାନା, ମେଡ଼ିକାଲ ଛକ ବସ ଷ୍ଟାଣ୍ଡ ଆଦି ସ୍ଥାନରେ ବିଭିନ୍ନ ପ୍ରକାର ସ୍ଲୋଗାନ ଶହ ଜନ ସାଧାରଣ ଙ୍କୁ ଚକୋଲେଟ ପ୍ରଦାନ ପୂର୍ବକ ସଚେତନ କରିବା ସହ ସହର ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ କୁ କଲେଜ ଅଧ୍ୟକ୍ଷା ପତାକା ପ୍ରଦର୍ଶନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ କଲେଜ ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସାଗରୀକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫାର୍ମାସିଷ୍ଟ ଲଷ୍ମୀନାରାୟଣ ସାହୁ ଯୋଗ ଦେଇଥିଲେ।ଶିକ୍ଷା ବିଭାଗ ଅଧ୍ୟାପିକା ମଧୁସ୍ମିତା ସାଥୁଆ,ଓଡ଼ିଆ ଅଧ୍ୟାପିକା ସୁମନା ସାହୁ ଙ୍କ ସହଯୋଗୀତା ରେ କାର୍ଯ୍ୟକ୍ରମ ଟି ସମ୍ପାଦିତ ହୋଇଥିଲା। ଉତ୍କ କାର୍ଯକ୍ରମ କୁ ୟୁଥ୍ ରେଡ୍ କ୍ରସ୍ ୟୁନିଟ୍ ର ପରାମର୍ଶ ଦାତା ତଥା ଅଧ୍ୟାପକ ଧୀରେନ୍ଦ୍ର କୁମାର ମହାରଣା ସଂଯୋଜନା କରିଥିଲେ। ତତ ସହିତ କଲେଜ ର ଛାତ୍ରୀ ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।


0 Comments