ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ ଏବଂ ରେଡ଼୍ ରିବନ କ୍ଳବ୍ ପକ୍ଷରୁ ଏକ ତିନି ଦିବସୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ।
ପ୍ରଥମ ଦିବସ
୧.୧୨.୨୦୨୫ ରେ କାର୍ଯ୍ୟକ୍ରମର ଉଦ୍ ଘାଟନ ଉସ୍ଛବରେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ କୃଷ୍ଣା କୁମାରୀ ଦାଶ, ଶ୍ରୀମତୀ ସସ୍ମିତା ନାୟକ, ଶ୍ରୀମତୀ ସରସ୍ଵତୀ ପ୍ରଧାନ , ଶ୍ରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।
"ବାଧାକୁ ଅତିକ୍ରମ କରି,ଏଡସ୍ ପ୍ରତିକ୍ରିୟାରେ ପରିବର୍ତ୍ତନ ଆଣିବା" ଥିମ୍ ପର୍ଯ୍ୟବେଶିତ
ନିଜର ଅଭିଭାଷଣରେ କିପରି AIDS ଆକ୍ରାନ୍ତ ମାନଂକୁ ବିଭିନ୍ନ ପ୍ରକାରର stigma,discrimination ର ଭୟ ତଥା କୁସଂସ୍କାର ଠାରୁ ବାହାର କରି ଏକ ସୁସ୍ଥ ଓ ଖୁସହାଲ ଜୀବନ ନିର୍ବାହ ପାଇଁ ସମାଜ ତଥା HIV ସଂକ୍ରମିତ ମାନଙ୍କୁ ସଚେତନ କରିବା ବିଷୟରେ ରେଡ଼କ୍ରସ୍ ପରାମର୍ଶଦାତା ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର ଉଦ୍ ଘାଟନ ସଭାରେ ଉପସ୍ଥାପନ କରିଥିଲେ ।
ଏହା ପରେ ରେଡକ୍ରସ୍ ସ୍ଵେଚ୍ଛାସେବୀ, ରେଡ଼୍ ରିବନ କ୍ଳବ୍ ସଭ୍ୟ ଏବଂ ଛାତ୍ରୀ ମାନଂକର ଏକ ସଚେତନତା Rally ମହାବିଦ୍ୟାଳୟ ପ୍ରାଙ୍ଗଣରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, collectorate ତଥା ନୟାଗଡ଼ ସହର ପରିକ୍ରମା କରିଥିଲା ।
ପରେ ମୁଖ୍ୟ ଚିକିତ୍ସାଳୟ conference hall ରେ ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ ସଭାରେ ଅଂଶ ଗ୍ରହଣ କରିଥିଲେ। ସ୍ଵେଚ୍ଛାସେବୀ ମାନେ
HIV/AIDS ବିଷୟ ବସ୍ତୁ ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରି ସଚେତନତାର ବାର୍ତ୍ତା ପ୍ରଚାର କରି ପୁରସ୍କୃତ ହୋଇଥିଲେ।
ଆଗାମୀ ୩.୧୨.୨୫ ଏବଂ ୫.୧୨.୨୫ ରେ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଓ ଉଦଯାପନ ସଭା ଅନୁଷ୍ଠିତ ହେବାର ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ।
ବହୁ ସଂଖ୍ୟା ରେ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରୀ ମାନଙ୍କୁ ଆଗ୍ରହ ପ୍ରକାଶ କରିଥିଲେ।
ଶ୍ରୀ କୈଳାସ ପରିଡ଼ା ଓ ଡ଼ଲି ସାହୁ କାର୍ଯ୍ୟକ୍ରମ ସକ୍ରିୟ ଅଂଶଗ୍ରହଣ କରିଥିଲେ।



0 Comments