ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା,ଦଶପଲ୍ଲାରେ

  


ଦଶପଲ୍ଲା,୨/୧୨ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି, ବିଜ୍ଞାନ ମେଳାର ଉଦଘାଟନ ଉତ୍ସବ ରେ ଅତିଥି ଭାବେ ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଏନ୍ ଏସି ଚେୟାରମେନ ଇଂ ପୁନମ ପ୍ରିୟଦର୍ଶିନୀ, ଦଶପଲ୍ଲା ବ୍ଲକ ଚେୟାରମେନ ସୁନନ୍ଦା ସାହୁ,, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ଵିନୋଦ ସଲ,, ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଏବଂ ପରିଚାଳନା କମିଟି ର ସଭାପତି ଦାମୋଦର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ,ଅତିଥିମାନେ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚେତନା, ସୃଜନଶୀଳତା ଓ ଗବେଷଣାମୟ ଚେତନାକୁ ସ୍ୱାଗତ କରି ପ୍ରଶଂସା କଲେ।ପ୍ରଦର୍ଶନୀରେ ପରିବେଶ, ଆଧୁନିକ ପ୍ରଯୁକ୍ତି, ସ୍ୱାସ୍ଥ୍ୟ, କୃଷି, ନବୀକରଣଯୋଗ୍ୟ ଶକ୍ତି ଇତ୍ୟାଦି ବିଷୟରେ ୨୧୭ ଟି ଦର୍ଶନୀୟ ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା, ସେଥିମଧ୍ୟରୁ ୧୭ ଟି ବିଜ୍ଞାନ ଷ୍ଟଲ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା,। ଅପରାହ୍ନ ରେ ମେଳା ର ଉଦଯାପନୀରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସାଂସଦ ଙ୍କ ବ୍ଲକ ପ୍ରତିନିଧି କିଶୋର ଦଳବେହେରା, ବ୍ଲକ ଶିକ୍ଷା ଅଧିକାରୀ, ଏବିଇଓ ଶ୍ୟାମ ସୁନ୍ଦର ଯାନୀ ଏବଂ ଗୋପବନ୍ଧୁ ଦେହୁରୀ,ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ଦିଲ୍ଲୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ପାଦକ ଶରତ ଚନ୍ଦ୍ର ବେହେରା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ବିଜ୍ଞାନମେଳା ରେ ସମସ୍ତ ସିଆରସିସି ମାନଙ୍କ ଦ୍ବାରା ବିଜ୍ଞାନ ଉପରେ ଏକ ଲଟେରୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା,ଏଥି ରେ ପ୍ରଥମ ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଅଂଶ ଗ୍ରହଣ କରିଥିଲେ, ଉତ୍ସବ ରେ ଲଟେରୀରେ ବିଜୟୀ ଛାତ୍ରୀ ଛାତ୍ର ଏବଂ ବିଜ୍ଞାନ ମେଳାରେ ମନୋନୀତ ଷ୍ଟଲ ଗୁଡିକୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ,

Post a Comment

0 Comments