ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ

 



ନୂଆଗାଁ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସଭିକରଣ ବିଭାଗ ଅନୁକୂଲ୍ୟରେ ନୂଆଗାଁ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିତ୍ଥ ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥ୍ ଭାବେ ନୂଆଗାଁ ବ୍ଲକ୍ ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ଯକ୍ଷ ପର୍ଶୁରାମ ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଡ.ଅମୃତ କୁମାର ରାଉଳ, ଜିଲ୍ଲା ସାମାଜିକସୁରକ୍ଷା ଅଧ‌ିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ନୂଆଗାଁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ ସାରିକା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ.ସାଂସଦ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନୂଆଗାଁ ବ୍ଲକର ବିଭିନ୍ନ ପଂଚାୟତରୁ ୩୦୯ଜଣ ନାମ ପଞ୍ଜିକରଣ କରିଥିଲେ ସେଥିମଧ୍ୟରୁ ଅସ୍ଥିଶଲ୍ୟ ୧୫୪, କାନ ୨୪, ବସ୍ ପାସ ୪, ଆଉ ୨୮, ବିକୃତ ମସ୍ତିଷ୍କ ଓ ମାନସିକ ୨୯ଜଣ ନାମ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶଲ୍ୟ ବିଭାଗ ହାକ୍ତର ବି.ଏସ୍ ଲାଓ, ମେଡିସିନ ସ୍ପେସାଲିଷ୍ଟ ଡାକର ସଦ୍ଧାର୍ଥ ଦାସ, ଶ୍ରବଣ ଓ ବାକ୍‌ବାଧୂତ ଚାଳର ସୀତାଶ୍ରୀ ସେଠୀ, ଅଭିଓଲୋଜିଷ୍ଟ ଲକ୍ଷ୍ମୀପ୍ରିୟା ମଲିକ, ଚକ୍ଷୁ ବିଭାଗ ଡାକ୍ତର ପ୍ରବନ୍ଧ ପ୍ରସାଦ ସାହୁ, ମନସ୍ତାତ୍ମକ ବିଭାଗ ଡାକ୍ତର ସବିତା କୁମାରୀ ବରାଡ଼ ପ୍ରମୁଖ ଯୋଗ ଦେଇ ନିଜନିଜ ବିଭାଗର ରୋଗୀମାନଙ୍କୁ ପରୀକ୍ଷା କରିଥିଲେ । ରୋଗୀମାନଙ୍କ ପରୀକ୍ଷାରେ ସହଯୋଗ କରିଥିଲେ ତପସ୍ବିନୀ ଆଚାର୍ଯ୍ୟ, ପ୍ରଭୁଦତ ପଣ୍ଡା ଓ ରାମେଶ୍ୱର ପାତ୍ର । ଏହି କାର୍ଯ୍ୟକ୍ରମରେ କାପ୍ତାପଲ୍ଲୀ ଗ୍ରାମର ପ୍ରଭାତ କୁମାର ବେହେଲା, ବାଉରୀ ବାରିକ ଓ ଅକ୍ରୂର ନାୟକଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବାବେଳେ କ୍ଲାଇଣ୍ଡ୍ ଏନ୍ କାପ୍ତାପଲ୍ଲୀର ମହେଶ୍ବର ଜାନୀଙ୍କୁ ଦିଆଯାଇଥିଲା । ସେହିଭଳି ଭାବେ ୪ଜଣ ବ୍ୟକ୍ତିଙ୍କୁ ବସ ପାସ ଦିଆଯାଇଥିବାବେଳେ ଉମେଶ କୁମାର ସାହୁ, ଶଙ୍କର ପ୍ରଧାନ, ଦୁଃଶାସନ ଜାନୀ, ନିବାସୀ ଜାନୀ, ନବୀନ ଜାନୀ ଓ ସତ୍ୟଭାମା ସାହୁଙ୍କୁ ଟ୍ରାଲି ସାଇକେଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରଘୁନାଥ ସାହୁ ପରିଚାଳନା କରିଥିବାବେଳେ ବ୍ଲବ୍ ପ୍ରଶାସନିକ ଅଧୁକାରୀମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।


Post a Comment

0 Comments