ଦଶପଲ୍ଲା-
ବିଦ୍ଯାଳୟ ସମୂହ ରାଜ୍ଯ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ବାଲେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଯୋଗିତାରେ ୩୦ଟି ଜିଲ୍ଲାର ପ୍ରତିଯୋଗି ଅଂଶଗ୍ରହଣ କରିଛନ୍ତି।ଏଥିରେ ନୟାଗଡ ଜିଲ୍ଲାରୁ ମନୋନୀତ ହୋଇଥିବା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଆକାଶ ନାଏକ ହାଇଜମ୍ପ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିନେଇ ଆକାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବିଦ୍ୟାଳୟର କ୍ରୀଡା ଶିକ୍ଷକ ରବିନ୍ଦ୍ରନାଥ ନାୟକଙ୍କ ତତ୍ୱାବଧାନରେ ଆକାଶ କ୍ରୀଡାଭ୍ୟାସ କରୁଥିଲେ।ତାଙ୍କର ଏହି କୃତିତ୍ବ ନେଇ ନଛିପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସଂଜୀବନୀ ସାମଲ ଏବଂ ଵିଦ୍ୟା ଳୟ ର ଶିକ୍ଷୟତ୍ରୀ ଏବଂ ଶିକ୍ଷକ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି,


0 Comments