ବାରସିଙ୍ଗି ପଞ୍ଚାୟତ ପନ୍ଦରା ସମାଜ ତରଫରୁ ସମାଜ କୋଠଘର ଠାରେ ଶିଶୁ ଦିବସ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାରସିଙ୍ଗି ପଞ୍ଚାୟତ ପନ୍ଦରା ସମାଜ ସଭାପତି ଶ୍ରୀ ସଂଜୀବ କୁମାର ବାଡତ୍ୟା ସଭାପତିତ୍ବ ଆସନ ଗ୍ରହଣ କରି ସଭା ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲା ପନ୍ଦରା ସମାଜ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ବାଡ଼ତ୍ୟା ମୁଖ୍ୟଅତିଥି ଓ ବଡ଼ଗଡ ତାଲୁକା ପନ୍ଦରା ସମାଜ ଉପସଭାପତି ଶ୍ରୀ ବନବାସୀ ବାଡ଼ତ୍ୟା ସମ୍ମାନିତ ଅତିଥିଭାବେ ଯୋଗଦେଇ କୁଳପ୍ରେମୀ ବ୍ୟକ୍ତିମାନଙ୍କୁ ସମାଜର ନୀତିନିୟମ ମାନି ଚଳିବା ଓ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ବାପା ମାଆଙ୍କ କଥାମାନି ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବା ପାଇଁ ଦିଗ୍ ଦର୍ଶନ ଦେଇଥିଲେ । ଦଶମ, ଦ୍ବାଦଶ ,ସ୍ନାତକ ଶ୍ରେଣୀରେ ପାସ୍ କରିଥିବା ଚାରିଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ପୁରସ୍କାର ଓ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ତତ୍ ସହିତ ଅଧ୍ୟୟନ କରୁଥିବା ଗ୍ରାମର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉତ୍ସାହିତ କରିବା ପାଇଁ କିଛି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ସମାଜର ଉପସଭାପତି ଶ୍ରୀ କରୁଣାକର ବାଡତ୍ୟା ,ସମ୍ପାଦକ ଶ୍ରୀ ମିଟୁ ବାଡ଼ତ୍ୟା, ସହ ସମ୍ପାଦକ ଶ୍ରୀ ଟୁକୁନା ବାଡ଼ତ୍ୟା ,ପୂର୍ବତନ ସଭାପତି ଶ୍ରୀ ବୃନ୍ଦାବନ ବାଡ଼ତ୍ୟା, ପୂର୍ବତନ ସହ ସମ୍ପାଦକ ଶ୍ରୀ ରାଜକିଶୋର ବାଡ଼ତ୍ୟା ଛାତଛାତ୍ରୀମାନଙ୍କୁ ସମାଜର ନୀତି ଆଦର୍ଶ ମାନି ଭଲ ଶିକ୍ଷାଗ୍ରହଣ କରି ଆଦର୍ଶ ବ୍ୟକ୍ତି ଭାବରେ ସମାଜର ସେବାରେ ନିଜକୁ ବ୍ରତୀ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମାଜର ସମସ୍ତ କୁଳପ୍ରେମୀ ବ୍ୟକ୍ତି ,ମହିଳା, ଓ ଯୁବବର୍ଗ ବହୁସଂଖ୍ୟାରେ ଉପସ୍ଥିତ ହୋଇଥିଲେ । ସଭାର ସମସ୍ତ ଆନୁସଙ୍ଗିକ କାର୍ଯ୍ୟରେ ଯୁବକମାନେ ସହଯୋଗ କରିଥିଲେ । ସମ୍ପାଦକ ଶ୍ରୀ ମିଟୁ ବାଡ଼ତ୍ୟା ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।


0 Comments