ଖବର ଆଜିର, ୨୫ ନଭେମ୍ବର, ମଙ୍ଗଳବାର

 



ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ଅବପାତ ହେବ। ଦୁଇଦିନରେ ବାତ୍ୟାର ସମ୍ଭାବନା, କିନ୍ତୁ ବାତ୍ୟାର ପ୍ରଭାବ ବିଷୟରେ ସଠିକ ଅନୁମାନ କରିନି ପାଣିପାଗ ବିଭାଗ


ଆଜିଠାରୁ ରାଜ୍ୟରେ ଖରିଫ୍‌ ଧାନ କିଣା ଆରମ୍ଭ ହେବ  


ଯୁକ୍ତ ଦୁଇର ପରୀକ୍ଷା ତାରିଖ ଡିସେମ୍ବର ୩ ବୋଲି ଘୋଷଣା ହେଲା। ଏଥର ପରୀକ୍ଷା ଦେବେ ଚାରି ଲକ୍ଷ ପରୀକ୍ଷାର୍ଥୀ


ଆସନ୍ତା ୨୭ ତାରିଖରୁ ବିଧାନସଭା ଅଧିବେଶନ। ବୁଥ୍‌ ରିଗିଂ, ବାଲି‌ଚୋରି ପରି ପ୍ରସଙ୍ଗ ଧରି ବିରୋଧୀ ପ୍ରସ୍ତୁତ। ନୂଆପଡା ଜିତି ଶାସକ ଦଳ ଦୃଢମନା


ରାଜ୍ୟରେ ଦଶମ ଶ୍ରେଣୀ ପରେ ଡ୍ରପ୍‌ ଆଉଟ୍‌ ଚିନ୍ତାଜନକ। ପଢ଼ା ଛାଡ଼ି‌ଦେଲେ ୪୩ ହଜାର ଛାତ୍ରଛାତ୍ରୀ। ପାଠ ପଢି ପେଟ ପୋଷି ହେବନି ବୋଲି ଭାବିଲେ


ଓଟିଇଟି ପରୀକ୍ଷା ଖାଲଢିପ ଦେଇ ଗତି କରୁଛି। ଆବେଦନର ଶେଷ ତାରିଖ ୨୫ ଯାଏଁ ଥିଲା, ଏବେ ପୁଣି ନଭେମ୍ବର ୨୭ ତାରିଖକୁ ଘୁଞ୍ଚିଲା। 


ତିନୋଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ୧୦ ହଜାର କୋଟିର ଅତିରିକ୍ତ ବଜେଟ୍‌କୁ ମନ୍ତ୍ରୀ ପରିଷଦ ମୋହର ମାରିଲା


ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ, କମିସନରେଟ୍ ପୁଲିସ ପ୍ରମୁଖ ରାସ୍ତାଗୁଡିକରେ ପାର୍କିଂ କଟକଣା ଲାଗୁ କରିଛି।


ଭୁବନେଶ୍ୱର ଉପକଣ୍ଠ ଚଉଷଠି ଯୋଗିନୀ ପୀଠର ନବୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ସରକାର


ବରଗଡ଼ ଧନୁଯାତ୍ରା ପାଇଁ ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଗଲା


ଭୁବନେଶ୍ୱର ରାଜରାସ୍ତାରେ ୧୧ ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନବାଡ଼ି ଦିଦିଙ୍କ ସଂଘ


ଯାଜପୁର ଦଶରଥପୁରରେ ତିନିଦିନର ନବଜାତ ଶିଶୁକୁ ବିକ୍ରିକଲେ ବାପା ମା। ଉଦ୍ଧାର କଲେ ଜିଲ୍ଲା ପ୍ରଶାସନ


ରାଉରକେଲାରେ ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନର ଧାରଣା। ବିଭିନ୍ନ ଦାବୀ ନେଇ ଗେଟ ଓ ଅଫିସରେ ତାଲା ମାରିଲେ


ମୟୂରଭଞ୍ଜରେ ତିନି ମାସ ତଳେ ନିଖୋଜ ଓକିଲଙ୍କ କାର ସହ ଗଳିତ ମୃତଦେହ ଝାରପୋଖରୀଆରେ ଉଦ୍ଧାର।  ମୃତକ ଗୁଲେଶ ଗୋଚ୍ଛାୟତ। 


ଅଶାନ୍ତ ଭୁବନେଶ୍ବର ଚନ୍ଦକା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି। ମୃତକ ଟେଣ୍ଟ ହାଉସ କର୍ମଚାରୀ


ବ୍ରହ୍ମପୁରରେ ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ମାଗୁଥିବା ନକଲି ପୁଲିସ କନଷ୍ଟେବଳ ଗିରଫ।


ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପାଖରେ ବିଲରେ ପଡିଛି ଆହତ ଜୀଅନ୍ତା ହେଟାବାଘ।


ସମ୍ବଲପୁର ବାମରା ଛାତ୍ରୀ ନିବାସରୁ ୩ ନିଖୋଜ ନାବାଳିକା କୁଚିଣ୍ଡାରୁ ଉଦ୍ଧାର ହେଲେ


ରାଉରକେଲା-ହାୱଡା ବନ୍ଦେ ଭାରତ ଟ୍ରେନ୍‌କୁ ରାଉରକେଲା ପାଖରେ ପଥରମାଡ଼। ଅଳ୍ପ କାଚ ଭାଙ୍ଗିଲା


ବାଲେଶ୍ଵର ଖନ୍ତାପଡା ବାର୍‌ର ମ୍ୟାନେଜର ଓ ତାଙ୍କ ସହଯୋଗୀଙ୍କୁ ମାରଣାସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍ କଲେ ଦୁର୍ବୃତ୍ତ


କେନ୍ଦ୍ରାପଡ଼ାରେ ମଦ୍ୟପ ଦୁର୍ବୃତ୍ତ ଗୁଳିରେ ଆହତ ହେଲେ ବିଏସଏନଏଲ ରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର‌


ମାଲକାନଗିରି ଜାତୀୟ ରାଜପଥ କଡରେ ପରିବା ବିକ୍ରି କରୁଛନ୍ତି ବି-ଟେକ୍ ଛାତ୍ର ବିକ୍ରମଦେବ ହାଲଦାର। ଚାକିରି ନ ପାଇ, ଏ ପନ୍ଥା ଅବଲମ୍ବନ କରିଛନ୍ତି।


ଭୁବନେଶ୍ୱର ଉପକଣ୍ଠ ଦୟା କେନାଲ୍ ବନ୍ଧ ଖୋଳିଦେଇ ଛାଡ଼ିଦେଲେ। ବଡ଼ଗଡ଼ ଛକ ନିକଟରେ ପ୍ରତିଦିନ ଲୋକେ ଦହଗଞ୍ଜ ହେଉଛନ୍ତି


ନକ୍ସଲ ହେଲେ ଦୁଇଫାଳ। ଗୋଟିଏ ଗୋଷ୍ଠୀ ଅସ୍ତ୍ରବିରତି ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ଘୋର ବିରୋଧ କରୁଛି।


ପୁଣିଥରେ ନଭେମ୍ବର ୨୭ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ୍ ‌ଫୋର୍ସ ମୁତୟନ ହେବେ


ବିହାରରେ ଆରଜେଡି ଏବଂ ତେଜସ୍ୱୀ ଯାଦବଙ୍କ ନାମ ବ୍ୟବହାର କରି ଗୀତ ରିଲିଜ୍ ଅଭିଯୋଗରେ ୩୨ ଜଣ ଭୋଜପୁରୀ ଗାୟକଙ୍କୁ ଆଇନଗତ ନୋଟିସ୍।


ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସ୍‌ଜିଦ୍, ଡିସେମ୍ବର ୬ରେ ହେବ ଭିତ୍ତିପ୍ରସ୍ତର ସ୍ଥାପନ


ଗୁଜରାଟରେ ଅସହ୍ୟ ହେଉଛି ଭୋଟର ଏସ୍‌ଆଇଆର କାମର ଚାପ। ମାନସିକ ଚାପରେ ୪ଦିନରେ ୪ଜଣ ବିଏଲଓଙ୍କର ମୃତ୍ୟୁ।


ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର, ଘରେ ରହି କାମ କରିବେ ୫୦ ପ୍ରତିଶତ କର୍ମଚାରୀ


ତିନୋଟି ସରକାରୀ ବୀମା କମ୍ପାନିର ମିଶ୍ରଣ ହେବ। ଅର୍ଥ ମନ୍ତ୍ରଣାଳୟରେ ବିଚାରବିମର୍ଶ ଆରମ୍ଭ


ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଶୋଚନୀୟ ସ୍ଥିତିରେ ରହିଛି ଭାରତ


ଚୀନ ସାଂଘାଇ ବିମାନ ବନ୍ଦରରେ ଭାରତୀୟ ପାସପୋର୍ଟକୁ ଅବୈଧ କହିଲା ଚୀନ, ଅରୁଣାଚଳ ଯୁବତୀଙ୍କୁ ଅଟକାଇଲେ


ପାକିସ୍ତାନର ପେଶାୱରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ, ସେନାର ତିନିଜଣଙ୍କୁ ହତ୍ୟା


ଗତବର୍ଷ ଏଇ ସମୟରେ

ପୁରୀ ମନ୍ଦିର ପରିକ୍ରମା ମାର୍ଗରେ ଚାରିଜଣ ଅଜ୍ଞାତ ବନ୍ଧୁକଧାରୀ ବୁଲିଲେ। ପୋଲିସ କିଛି ଜାଣିପାରିଲା ନାହିଁ


ଓଡ଼ିଶାରେ ଅନେକ ବାଙ୍ଗଲାଦେଶୀ ଯୁବତୀ ଅନୈତିକ କାମ କରୁଛନ୍ତି ବୋଲି ଜଣାପଡିଲା


ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ "mera channel" ଡାଉନଲୋଡ଼ କରନ୍ତୁ

=====================

ଆଜି ମହିଳାଙ୍କ ଉପରେ ହିଂସା ବିରୋଧୀ ଅନ୍ତର୍ଜାତୀୟ ଦିବସ


ଆଜି ଜନ୍ମଦିନ: ରାଧେଶ୍ୟାମ କଥାବାଚକ, ଝୁଲନ ଗୋସ୍ୱାମୀ, ରାକ୍ଷୀ ସାୱନ୍ତ, ରୁପା ଗାଙ୍ଗୁଲି, ଜଷ୍ଟିସ ରଙ୍ଗନାଥ ମିଶ୍ର, ଦେବଦାସ ଛୋଟରାୟ, ଦିଲୀପ ତିର୍କୀ


ଆଜି ତିରୋଧାନ: ସିତାରା ଦେବୀ


ଇତିହାସରେ ଆଜି: (୧୮୬୬) ଆଲ୍ଲାହବାଦ ହାଇକୋର୍ଟ ଉଦଘାଟିତ/ (୧୯୪୧) ଲେବାନନ ଦେଶ ସ୍ୱାଧୀନ ହେଲା/ (୧୯୪୮) ଦେଶରେ ଏନସିସି ପ୍ରତିଷ୍ଠା/ (୧୯୬୦) କାନପୁର ଲକ୍ଷ୍ନୌ ମଧ୍ୟରେ ଦେଶର ପ୍ରଥମ ଏସଟିଡି ଫୋନସେବା ଆରମ୍ଭ/ (୧୯୭୫) ସୁରିନାମ ସ୍ୱାଧୀନ ହେଲା

Post a Comment

0 Comments