ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡିମିରିଝରୀ ଆଂଚଳିକ ଉଚ୍ଚ ବିଦ୍ୟାଳୟରେ ନୂଆଗାଁ ବ୍ଲକ୍ ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ସାମ୍ବିଧାନିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଓଷ୍ଟାର ସଭାପତି ଭିକାରୀ ଚରଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ସମ୍ମାନିତ ଅତିଥୁଭାବେ ଜିଲା ସଭାପତି ଅଯୋଧ୍ୟାନାଥ ନାୟକ, ଜିଲା ସମ୍ପାଦକ ମାନସ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିନାୟକ ପରିଡ଼ା ରାଜ୍ୟ ପୂର୍ବତନ କାର୍ଯ୍ୟକାରିଣୀ ସଭ୍ୟ ଗୋଲକ ବିହାରୀ ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୂର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ନୂଆଗାଁ ବ୍ଲକ୍ ଓଷ୍ଟା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଆସନ୍ତା ୩ବର୍ଷ ପାଇଁ ନୂଆଗାଁ ବ୍ଲକ୍ ଓଷ୍ଟା ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବେ ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଉପସଭାପତି ଆଲ୍ବର୍ଟ ମମୁଁ ଓ ମମତା ମହାନ୍ତି, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ସାହୁ, ପ୍ରକାଶ କୁମାର ସାହୁ ଏବଂ ଶାନ୍ତିଲତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଗୋପାଳ ଚନ୍ଦ୍ର ରାୟଗୁରୁ ଓ ସଞ୍ଜୟ ମଣ୍ଡଳ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଭୀମସେନ ଦାସ, ପ୍ରଦୀପ୍ତ କୁମାର ମହାପାତ୍ର ଓ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ଚୟନ କରାଯାଇଛି। କୈଳାସ ଚନ୍ଦ୍ର ସାହୁ ମଂଚ ପରିଚାଳନା କରିଥିବାବେଳେ ଜିଲା ପର୍ଯ୍ୟବେକ୍ଷକ ଅଯୋଧ୍ୟାନାଥ ନାୟକ ନବ ନିର୍ବାଚିତ ସଦସ୍ୟ ଓ କର୍ମକର୍ତାମାନଙ୍କୁ ଓଷ୍ଟା ସଂଘର ଦାୟିତ୍ଵ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

0 Comments