ପ୍ରାଥମିକ ସହାୟତା ତାଲିମ*



ଶେରଗଡ଼ 

17/11/2025

ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶେରଗଡ଼ ପରିସରରେ ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼କ୍ରସ ୟୁନିଟର ମିଳିତ ସହଯୋଗରେ ପ୍ରାଥମିକ ସହାୟତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ବି. ଶିବାଜୀ ପାତ୍ର ଓ ଯୁବ ରେଡ଼କ୍ରସ ସଂଯୋଜକ ପବିତ୍ର ନାରାୟଣ ବେହେରା ମିଳିତ ଭାବେ ସଂଯୋଜନା କରିଥିଲେ। ଗଞ୍ଜାମ ଜିଲ୍ଲା ଯୁବ ରେଡ଼କ୍ରସର ପୂର୍ବତନ ଜିଲ୍ଲା ସଂଯୋଜକ ତଥା କ୍ଷତ୍ରୀୟ ବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇ ୟୁନିଟର ସ୍ବେଛାସେବୀ ମାନଙ୍କୁ ଅଭିପ୍ରେରିତ କରି ରେଡ଼କ୍ରସ ଓ ଜାତୀୟ ସେବା ସଂସ୍ଥାର ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟକ୍ତିତ୍ୱର ବିକାଶ ପାଇଁ ସାମାଜିକ ସେବାରେ ସାମିଲ ହେବା ନିମନ୍ତେ ପରାମର୍ଶ ଦେବା ସହିତ ପ୍ରାଥମିକ ସହାୟତା ଭଳି ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆହତ ବ୍ୟକ୍ତି ମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ନିମନ୍ତେ ତାଲିମ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟା ଓ ପ୍ରଶାସନିକ ଅଧୀକ୍ଷକ ଶିଶିରକାନ୍ତ ତ୍ରିପାଠୀ ମହୋଦୟ ନିଜ ବକ୍ତବ୍ୟରେ ସ୍ବେଛାସେବୀ ମାନଙ୍କୁ ସମାଜ ସେବାରେ ନିଜକୁ ବ୍ରତୀ କରାଇବା ନିମନ୍ତେ ବାର୍ତ୍ତା ଦେବା ସହିତ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରି ମେଡିକାଲରେ ପହଞ୍ଚାଇବା ପାଇଁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଆଦ୍ୟାଶା ସୁଚରିତା ଏବଂ ସ୍ନେହା ଡାକୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପରିଶେଷରେ ସ୍ନାତକୋତ୍ତର ଶିକ୍ଷୟିତ୍ରୀ ସୁଶ୍ରୀ ମନୀଷା ରାଣୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Post a Comment

0 Comments