ଦଶପଲ୍ଲା, ୧୬/୧୧
ପ୍ରେସ କ୍ଳବ ଦଶପଲ୍ଲା ପକ୍ଷରୁ ରବିବାର ଦିନ ଜାତୀୟ ପ୍ରେସ ଦିବସ କ୍ଳବ ର ନିଜସ୍ୱ ଗୃହ ପରିସରରେ ପାଳିତ ହୋଇ ଯାଇଛି. ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଉଦଘାଟନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ. ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ସି ଏଚ ସି ର ଡା. ସନ୍ଦୀପ କୁମାର ସ୍ୱାଇଁ, ମହାବୀର ବଣିକ ମହାସଂଘ ର ସଭାପତି ଅଲେଖ ସାହୁ ଯୋଗ ଦେଇଥିଲେ . ବକ୍ତା ଭାବେ ଦଶପଲ୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଏବଂ ତମନ୍ନା କଲେଜ ର ଓଡ଼ିଆ ଅଧ୍ୟାପିକା ସୁକୃତି ମହାପାତ୍ର ଯୋଗ ଦେଇ ସାମ୍ବାଦିକତା ଆରମ୍ଭ କେବେଠାରୁ ହେଲା ସେ ସମ୍ପର୍କରେ ଆଲୋଚନା କରି ଥିଲେ. ପୁରାଣ ଶାସ୍ତ୍ର ଉପରେ ଆଲୋଚନା କରି ନାରଦଙ୍କୁ ଜଣେ ସମ୍ବାଦ ଦାତା ବୋଲି ଅଭିହିତ କରିବା ସହ ତ୍ରେତୟା ଯୁଗରେ ଜଟାୟୁ ଏବଂ ହନୁମାନ ଙ୍କୁ ମଧ୍ୟ ଜଣେ ଜଣେ ସାମ୍ବାଦିକ ବୋଲି ପ୍ରମାଣ କରିଥିଲେ .ସାମ୍ବାଦିକ ମାନଙ୍କର ସର୍ବନିମ୍ନ ଦାବି ଗୁଡିକ ପ୍ରତି ସରକାର ବିଚାର କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା. ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ସମ୍ପାଦକ ଡା. ପ୍ରଫୁଲ୍ଲ କୁମାର ଦାଶ ବିବରଣୀ ପାଠ କରିଥିଲେ . ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରକାଶ କୁମାର ପାଣି, ମନୋରଞ୍ଜନ ଷଡ଼ଙ୍ଗୀ, ଗଙ୍ଗାଧର ରଣା,କିଶୋର ଚନ୍ଦ୍ର ସାହୁ,ରତ୍ନାକର ହୋତା ସଂଜୀବ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ .

0 Comments