ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଥାନା ଆନୁକୂଲ୍ୟରେ ଆଜି ସାଇବର ସଚେତନତା ଅଭିଯାନ ୨୦୨୫ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ଥାନା ଅଧିକାରୀ ରଶ୍ମିରଂଜନ ସାହୁଙ୍କ ତୱାବଧାନରେ ଅନୁଷ୍ଠିତ ହୋଇଯାଇଛି. (ରୁହନ୍ତୁ, ଯାଞ୍ଚ କରନ୍ତୁ, ସୁରକ୍ଷିତ ରୁହନ୍ତୁ ) ଏକ ସୂଚନା ଦିଆଯାଇଥିଲା. ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ନୂଆଗାଁ ଡିଗ୍ରୀ କଲେଜ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ.ପ୍ରାରମ୍ଭରେ ନୂଆଗାଁ ପଞ୍ଚୁପାଣ୍ଡବ ପୀଠରୁ ପୂଜା ଅର୍ଚନା କରି ମସାଲ ପଦଯାତ୍ରା ଆରମ୍ଭ ହୋଇ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ରଥ କୁ ସ୍ୱାଗତ କରି ପଦଯାତ୍ରା ଆରମ୍ଭ ହୋଇଥିଲା. ସମସ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏହି ପଦଯାତ୍ରାରେ ଯୋଗଦେଇଥିଲେ.
ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଏହି ସଚେତନ ରଥ ପହଂଚି ଥିଲା. ବିଦ୍ୟାଳୟ ଖେଳ ପଡିଆରେ ସଚେତନତା ସଭାର ଆୟୋଜନ କରାଯାଇଥିଲା. ଉକ୍ତ ସଭାରେ ସମ୍ମାନିତ ଅତିଥି ଭବେ ଏସଡିପି ୟୋତିରଞ୍ଜନ ସାମନ୍ତ ରାୟ, ଅମୃତ ରାଉଳ, ବିଡ଼ିଓ ନୂଆଗାଁ, ଅଡ଼ଶୀନାଲ ତହସିଲ ଦାର ଭବାନୀ ଶଙ୍କର ଭବାନୀ ଶଙ୍କର ରାଉତ,ଜ୍ଵଛନା ରାଣୀ ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରିଣୀ, ଭିମସେନ ଦାସ, ପ୍ରଧାନ ଶିକ୍ଷକ ନୂଆଗାଁ ହାଇସ୍କୁଲ, ସୁରେସ ଚନ୍ଦ୍ର ସାହୁ, ଅଧକ୍ଷ ନୂଆଗାଁ ଡିଗ୍ରୀ ମହାବିଦ୍ୟାଳୟ, ମହୀପୁର ଥାନା ଅଧିକାରୀ ବିରଞ୍ଚି ନାରୟଣ ଅମାତ ପ୍ରମୁଖ ଉପସ୍ଥିତ ଥିଲେ. ସମ୍ମାନିତ ଅତିଥି ମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା. ରଶ୍ମିରଂଜନ ସାହୁ, ନୂଆଗାଁ ଥାନା ଅଧିକାରୀ ସ୍ୱାଗତ ଭାଷଣ ସାଇବର ସିକୁରିଟି ବିଷୟରେ ସୂଚନା ଦେଇଥିଲୀ. ମଂଚାସୀନ ଅତିଥି ମାନେ ନିଜର ଭିଜ୍ଞନ୍ତା କୁ ପରିପ୍ରକାଶ କରିଥିଲେ.
https://youtu.be/QOBAFJsI3wA?feature=ଶରଦ
ଯାହାକି ବହୁ ସାର ଗର୍ଭକ ଥିଲା. ଶେଷରେ ମୁଖ୍ୟ ଅତିଥି ୟୋତିରଞ୍ଜନ ସାମନ୍ତ ରାୟ, ଏସଡିପିଓ ସାଇବର ସଚେତନତା ଉପରେ ବିଭିନ୍ନ ଉଦାହରଣ ସହିତ ବୁଝାଇଥିଲେ ଯାହା ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଅତିଥି ମାନଙ୍କୁ ସଚେତନତା ବାର୍ତା ଦେବାରେ ସହାୟକ ହେବ. ଆଜିର ସମାଜରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସାଇବର ସୁରକ୍ଷାର ବ୍ରାଣ୍ଡ ଅମ୍ବାସେଡ଼ର ଭାବେ କାର୍ଯ୍ୟ କରିବା ସହିତ ସମାଜର ପ୍ରତେକ ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ବାର୍ତା ଦେଇଥିଲେ. ବିଭିନ୍ନ ବିଦ୍ୟାଳୟ ଦ୍ୱାରା ନାଟକ, ନୃତ୍ୟ ଅଭିନୟ କରାଯାଇଥିଲା. ନୂଆଗାଁ ଉଚ୍ଚ ବିଦ୍ୟାଳୟ ଦ୍ୱାରା ସାଇବର ନାଟକ, ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କ ନୃତ୍ୟ, ଆଦର୍ଶ ବିଦ୍ୟାଳୟ ଛାତ୍ରୀ ମାନଣଙ୍କ ସଂଗୀତ ଓ ଆସ୍ଥା ନୃତ୍ୟ ଗ୍ରୁପ ଦ୍ୱାରା ଚମତ୍କାର ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା. ସଭା ଶେଷରେ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା.




0 Comments