ନୂଆଗାଁ ବ୍ଲକ ମଧ୍ୟରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ

 


ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ସଦଭାବନା ଗୃହମଧ୍ୟରେ ଆଜି ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ବ୍ଲକର ବିଭିନ୍ନ ପଂଚାୟତରୁ କିଶୋରୀ ବାଳିକା ମାନେ ଭାଗ ନେଇ ଥିଲେ. ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. କିଶୋରୀ ବାଳିକା ଙ୍କ ଶାରୀରିକ ମାନସିକ ଅଭିବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ କରିଥାଏ. ପ୍ରତିବର୍ଷ ପରି ଚଳିତ ବର୍ଷ ବହୁ ଯାକ ଯମକ ମଧ୍ୟରେ ସଂଗୀତ, ଚିତ୍ର ଙ୍କନ, ନୃତ୍ୟ, ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ବିଚାରକ ଭାବେ ନୟାଗଡ଼ ଜିଲ୍ଲା ମହିଳା ସଶକ୍ତି କାରଣ ବିଭାଗର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାସ, ସୁଜିତ କୁମାର ପାତ୍ର, ସୂର୍ଯ୍ୟକାନ୍ତ ସାହୁ, ସୁଶ୍ରୀ ସଂଗୀତା ଜେନା, ବିଶ୍ୱ ପାର୍ଥବୀ, ଅଧ୍ୟାପକ ଚିନ୍ମୟ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ. କାର୍ଯ୍ୟକ୍ରମ କୁ ନୂଆଗାଁ ସିଡିପିଓ ଶୁଭ୍ରାକେସି ମଲ୍ଲିକ, ସୁପରଭାଜର ସଂଯୁବାଳା କହଁର, ବିଭାଗର ସମସ୍ତ କର୍ମଚାରୀ, ଅଙ୍ଗନବରୀ ୱାର୍କର, ହେଲଫର ପ୍ରମୁଖ ଉପସ୍ଥିତ ରହିଥିଲେ.କିଶ୍ବରୀ ବାଳିକା ମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକ ଲୋଚନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା. ସମସ୍ତ ପ୍ରତିଯୋଗୀ ବହୁ ମାତ୍ରାରେ ପ୍ରତିଯୋଗିତାରେ ଯୋଗଦେଇ ନିଜର ପ୍ରତିଭାର କୁ ବିକଶିତ କରିଥିଲେ. ବାଲ୍ୟବିବାହ କୁ ନାଁ କରିବା ପାଠ ପଢାକୁ ହଁ କହିବା ସହିତ ସମାଜରେ ବାଲ୍ୟବିବାହରେ ରୋକ ଲଗାଇବା ସହିତ ନାରୀ ସଶକ୍ତି କରଣ କରିବା ମୁଖ୍ୟ ଉଦେଶ୍ୟ. ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା

Post a Comment

0 Comments