ନୂଆଗାଁ ମହୋତ୍ସଵ ପଡ଼ିଆରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପଶୁସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଶିବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାର ଡ. ଅମୃତ କୁମାର ରାଉଳ, ନୟାଗଡ଼ ଜିଲା ମୁଖ୍ୟ ପ୍ରାଣୀ ଚିକତ୍ସା ଅଧିକାରୀ ଡା. ବସନ୍ତ କୁମାର ବେହେରା, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ୧୭ନଂ ଜିଲାପରିଷଦ ସଭ୍ୟା ପ୍ରତୀମା ଦଳବେହେରା, ସ୍ଥାନୀୟ ସରପଂଚ ଅମିତl ପରିଡ଼ା, ସମିତିସଭ୍ୟା ଶ୍ରଦ୍ଧାଞ୍ଜଳୀ ଶାସମଲ, କନ୍ଧମାଳ ସାଂସଦଙ୍କ ବ୍ଲକ୍ ପ୍ରତିନିଧି ଭୀମସେନ ସେଠୀ ପ୍ରମୁଖ ଯୋଗଦେଇ ଚାଷ ଦ୍ୱlରା ଚାଷୀ କିପରି ଲାଭ କରିଥlଏ ସେ ବିଷୟରେ କହି ଥିଲେ l



0 Comments