ମହିପୁର ଠାରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ : ଆଲୋଚନାରେ ପଞ୍ଚାୟତ ଶିଶୁ ସୁରକ୍ଷା କମିଟି ଆବଶ୍ୟକତା ଓ ଦାୟିତ୍ୱ ଉପରେ ଗୁରୁତ୍ୱ
ଶିଶୁମାନଙ୍କର ସୁରକ୍ଷା ଓ ଅଧିକାର ସମ୍ପର୍କରେ ଜାଗରୁକତା ବଢ଼ାଇବା ପାଇଁ ନୟାଗଡ ଜିଲ୍ଲାର ନୁଆଗାଁ ବ୍ଲକ୍ର ମହିପୁର୍ ଗ୍ରାମ ପଞ୍ଚାୟତରେ ଆଜି ସରପଞ୍ଚ, ତ୍ରିନାଥ ବେହେରାଙ୍କ ପ୍ରତିନିଧତ୍ଵରେ ସି-୩ ଅନୁଷ୍ଠାନ ଦ୍ୱାରା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି (GPCPC)ର ସମୀକ୍ଷା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ସି-୩ର ବ୍ଲକ୍ ସଂଯାଜିକା ସୌଜନ୍ୟା ନାୟକ ଆୟୋଜନ କରିଥିଲେ।
ବୈଠକରେ ମହିପୁର୍ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବର୍ଦ୍ଧନ ଦାସ, ସରପଞ୍ଚ ତ୍ରିନାଥ ବେହେରା, ପଞ୍ଚାୟତର ସମସ୍ତ ଆଙ୍ଗନୱାଡ଼ି କର୍ମୀମାନେ, କିଶୋରୀ ବାଳିକା, ୱାର୍ଡ ସଦସ୍ୟମାନେ ଏବଂ ଗ୍ରାମର ସମସ୍ତ ମୁଖ୍ୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଯୁକ୍ତ ଚିନ୍ମୟ କୁମାର ପ୍ରଧାନ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ସି-୩ର ବ୍ଲକ୍ ସଂଯାଜିକା ସୌଜନ୍ୟା ନାୟକ କହିଥିଲେ ଯେ, "GPCPC ହେଉଛି ଗ୍ରାମ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା ପାଇଁ ଗଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମିତି, ଯାହା ଗ୍ରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚାଲେ। ଏହାର ମୁଖ୍ୟ ଦାୟିତ୍ୱ ହେଉଛି ଶିଶୁମାନଙ୍କର ସୁରକ୍ଷା ପାଇଁ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା, ସଙ୍କଟାପନ୍ନ ପରିବାର ଓ ଶିଶୁମାନଙ୍କୁ ଚିହ୍ନଟ କରିବା, ସମସ୍ୟାଗୁଡ଼ିକୁ ଉଚ୍ଚସ୍ତରୀୟ କମିଟିକୁ ରିପୋର୍ଟ କରିବା ଏବଂ ସ୍ଥାନୀୟ ସ୍ତରରେ ସହାୟତା ପ୍ରଦାନ କରିବା। ଓଡ଼ିଶାରେ ଏହି କମିଟି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରେ ଏବଂ ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ଅଭିଭାବକ ଆଦିଙ୍କୁ ସାମିଲ୍ କରି ଗଠିତ ହୋଇଥାଏ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିଶୁ ଶୋଷଣ, ବାଳ ଶ୍ରମ ଓ ଅନ୍ୟାନ୍ୟ ଅନ୍ୟାୟକୁ ରୋକିବା ସହଜ ହୋଇପାରିବ। ଶ୍ରୀ ପ୍ରଧାନ ବାଲ୍ୟ ବିବାହ ଜନିତ ସମସ୍ୟା ଓ ଶିକ୍ଷା କିପରି ସମାଧାନର ମାର୍ଗ ଦେଖଏ ସେ ବିଷୟରେ ବିସ୍ତୃତ ଆଲୋଚନା କରିବା ସହିତ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ବିଭିନ୍ନ ସହାୟତା ନମ୍ବର ଜଣାଇଥିଲେ। ସରପଞ୍ଚ ଶ୍ରୀ ବେହେରା କହିଲେ, "ଆମ ଗ୍ରାମରେ ଶିଶୁ ଶୋଷଣ, ବାଳ ଶ୍ରମ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ରୋକିବା ପାଇଁ GPCPCର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ମିଶି ଏହାକୁ ସକ୍ରିୟ କରିବୁ।"
ବୈଠକରେ ସଦସ୍ୟମାନେ ମଧ୍ୟ ଗ୍ରାମରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଉଠାଇଥିଲେ। ସମସ୍ତେ ଏକମନୋଭାବେ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ମାସିକ ବୈଠକ ମାଧ୍ୟମରେ ଏହି କମିଟିକୁ ସକ୍ରିୟ ରଖାଯିବ ଏବଂ ଆସନ୍ତା ୧୫.୧୦.୨୦୨୫ ରେ ସି୩ ଦ୍ଵାରା ମହିପୁର ଠାରେ ଆୟୋଜିତ ବାଲ୍ୟ ବିବାହ ନିଷେଧ ନିମନ୍ତେ ପଥପ୍ରାନ୍ତ ନାଟକ ରେ ଉପସ୍ଥିତ ରହିବାକୁ ନିଷ୍ପତି ନେଇଥିଲେ।


0 Comments