https://www.facebook.com/share/p/17S8eXbpcn/
ଖବର ଆଜିର, ୧୦ ଅକ୍ଟୋବର, ଶୁକ୍ରବାର
=======================
ଆଜି ଓ କାଲି ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ।
ଦୀପାବଳି କେଉଁଦିନ? ୨୦ ତାରିଖ ନା ୨୧ ତାରିଖ, ଅଡୁଆରେ ପକାଇଲା ପାଞ୍ଜି
ଭୁବନେଶ୍ୱରରେ ହୋଲସେଲ ମାଛ ମାର୍କେଟ ଓ ହୀରାକୁଦରେ ଇଣ୍ଟିଗ୍ରେଟେଡ଼ ଆକ୍ୱା ପାର୍କର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ
କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି, ୨୦ ତାରିଖରେ କାଳୀପୂଜା ଓ ୨୪ରେ ଭସାଣୀ।
ରାଜଧାନୀରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ବିପଦରେ। ପୋଡିଗଲା ୨୩ଟି ସିସିଟିଭି, ଫାଟିଗଲା ଲାଇଟ୍, କରେଣ୍ଟ ଖାଇଲେ ସେବାୟତ ଓ ଭକ୍ତ। ଶସ୍ତା ଆର୍ଥିଂ ପୋଡ଼ି ଦେଲା ବୋଲି ଅଭିଯୋଗ
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାର ୭୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କୁ ଧରିବାକୁ ଆନ୍ଧ୍ରକୁ ଗଲା ୬ ଜଣିଆ ଟିମ୍।
ପୁଲିସ ନିଯୁକ୍ତି ଘୋଟାଲାର ମୁଖ୍ୟ ଆସାମୀ ଶଙ୍କର ପୃଷ୍ଟି ଏ ପର୍ଯ୍ୟନ୍ତ ଫେରାର। ରାଜନୈତିକ ଦଳର ପୃଷ୍ଠପୋଷକ ବୋଲି ଅଭିଯୋଗ
ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ, ଭୁବନେଶ୍ବରରେ ଅବତରଣ କଲା ଏୟାର ଇଣ୍ଡିଆର ବେଙ୍ଗାଲୁରୁ ଗୌହାଟୀ ବିମାନ।
ରାଉଲକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ମାଓବାଦୀ ସଂଗଠନର ଦୁଇଜଣ ସଦସ୍ୟ ଗିରଫ।
ସମ୍ବଲପୁରରେ ବ୍ରାଉନସୁଗର ଜବତ, କୁମ୍ଭାରପଡ଼ାର କୁଖ୍ୟାତ ଅପରାଧୀ ଅରମାନ୍ ଖାନ ଧନୁପାଲି ପୁଲିସ ଦ୍ୱାରା ଗିରଫ।
ଉମରକୋଟ ଆଶାକର୍ମୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବୀରେ ରାଜ୍ୟ ଆଶା କର୍ମୀ ସଂଘ, ନବରଙ୍ଗପୁର ଶାଖା ତରଫରୁ ୧୪ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଅନୁଗୁଳ ଚନ୍ଦ୍ରବାହଳ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ନନ୍ଦକିଶୋର ରାଉତ
ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ପାଣି ଭର୍ତ୍ତି ବାଲଟିରେ ପଡ଼ି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହେଲା।
ଯାଜପୁର ସୁଜନପୁର ଦୁଧେଇନାଳରେ ବୁଡ଼ି ସ୍ଥାନୀୟ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ। ବାଉଁଶ ଉପରେ ଚଢ଼ି ନାଳ ପାରି ହେଉଥିଲେ
ଗଞ୍ଜାମ ସୋରଡାରେ ଭିକ୍ଷୁକଙ୍କୁ ମଦ ପିଇବାକୁ ଟଙ୍କା ମାଗିଲେ। ନଦେବାରୁ ଶିଶିର ମୁନିଙ୍କୁ ଠେଙ୍ଗାରେ ପିଟି ହତ୍ୟାକଲେ ଦୁଇ ଯୁବକ
ଭଦ୍ରକ ମଳିକ ସାହିରେ ବୋହୁ ମଦ ବିକ୍ରି କରିବାକୁ ବାରଣ କରିବାରୁ ମାରି ଦେଲେ ଶ୍ୱଶୁର ଘର ଲୋକେ।
ପୁଲିସ ଏସଆଇ ନିଯୁକ୍ତି ମାମଲାରେ ବଣିକ’ କୋଚିଂ ସେଣ୍ଟର' ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ ବିଜେପିର ରାଜନୈତିକ ଚାଲ ବୋଲି କହିଲେ କର୍ତ୍ତୃପକ୍ଷ
ବିହାରରେ ବାଦ ପଡ଼ିଥିବା ୩.୭ ଲକ୍ଷ ଭୋଟରମାନେ ଆବେଦନ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି।
ବିହାରରେ ନିର୍ଵାଚନୀ ପ୍ରତିଶ୍ରୁତି। ଜିତିଲେ ପ୍ରତ୍ୟେକ ଘରକୁ ଗୋଟିଏ ସରକାରୀ ଚାକିରି ଦେବେ ଲାଲୁ ପୁତ୍ର ତେଜସ୍ୱୀ ଯାଦବ
ଅକ୍ଟୋବର ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହେବ। ଦେଶର ୫୦ ଲକ୍ଷ ଚାଷୀ ଲାଭବାନ ହେବେ ବୋଲି ଦାବୀ
ବ୍ରିଟେନ୍ ଓ ଭାରତ ମଧ୍ୟରେ ବୁଝାମଣା, ଭାରତରେ ଖୋଲିବ ବ୍ରିଟେନର ୯ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍।
ଦୁଇବର୍ଷର ଯୁଦ୍ଧ ପରେ ବନ୍ଧକଙ୍କୁ ମୁକ୍ତ କରିବ ହମାସ, ଆକ୍ରମଣ ବନ୍ଦ କରିବ ଇସ୍ରାଏଲ୍
ଚୀନ୍ର ଦକ୍ଷିଣ- ପଶ୍ଚିମ ସିଚୁଆନ୍ ଅଞ୍ଚଳରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।
ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ଭାରତୀୟ ଡାକ ଦିବସ
ବିଶ୍ୱ ଦୃଷ୍ଟି ଦିବସ
ଆଜି ଜନ୍ମଦିନ: ଆରକେ ସିଂହ, ରେଖା, ରାକୁଲ ପ୍ରୀତ ସିଂ, ଗଜେନ୍ଦ୍ର ଚୌହାନ, ଆଚାର୍ଯ୍ୟ ବିଦ୍ୟାସାଗର
ଆଜି ତିରୋଧାନ: ଜଗଜିତ ସିଂ, ମୁଲାୟମ ସିଂ ଯାଦବ
ଇତିହାସରେ ଆଜି: (୧୯୧୧) ବାରାଣସୀରେ ପ୍ରଥମ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ/ (୧୯୪୬) ବଙ୍ଗଳା ନୋଆଖାଲିରେ ହିନ୍ଦୁଙ୍କ ହତ୍ୟା ଓ ଧର୍ମାନ୍ତର/ (୧୯୯୦) ଡିସକଭରୀ ମହାକାଶ ଯାନ ପୃଥିବୀକୁ ଫେରିଲା/ (୧୯୯୨) କଲିକତାରେ ବିଦ୍ୟାସାଗର ସେତୁ ଲୋକାର୍ପିତ/ (୨୦୧୪) କୈଳାସ ସତ୍ୟାର୍ଥୀ ହେଲେ ନୋବେଲ ବିଜେତା
=======================

.jpg)
0 Comments