ମାରଣାସ୍ତ୍ର ଦେଖାଇ ଘରୁ ସୁନା ରୂପା ବହୁ ଜିନିଷ ଲୁଟି ନେଇଗଲେ

 


ଦଶପଲ୍ଲା ୧୩/୧୦ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ଗ୍ରାମ ରୁ ଗତ ରାତିରେ ଏକ ବଡଧରଣର ଚୋରି ହୋଇଥିବା ଜଣାଯାଇଛି, ଚୋରମାନେ ଘର ବିଭିନ୍ନ ମାରଣାସ୍ତ୍ର ଦେଖାଇ ଘରୁ ଟଙ୍କା ସୁନା,ରୁପା ପ୍ରଭୃତି ଲୁଟି ନେଇଥିବା ଜଣାଯାଇଛି,ଖବରପାଇ ପୋଲିସର ଘଟଣାସ୍ଥଳରେ ପହଂଚି ତଦନ୍ତ ଜୋରଦାର କରିଛି,

 ରବିବାର ରାତିରେ ଚୋରମାନେ ବିଜୟ ଗୋଛୟତଙ୍କ ଘର ଆଗପଟ କବାଟ ଭାଙ୍ଗି ଘରେ ପ୍ରଵେଶ କରିଥିଲେ,ଦୋକାନ ଘରୁ ପ୍ରଥମେ ଚୋରୀ କରିବା ପରେ ଘରଭିତରେ ପସିଥିଲେ,ଘର ଲୋକମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇଥିଲେ,ପରେ ଘରୁ ସୁନା ପ୍ରାୟ ୮ଭରି ଏବଂ ୧୨ ହଜାର ଟଙ୍କା ସମେତ ବହୁ ଜିନିଷ ଲୁଟି ନେଇଥିବା ଜଣାଯାଇଛି, ଚୋରମାନେ ମାରଣାସ୍ତ୍ର ଦେଖାଇବା ଦ୍ଵାରା ପରିଵାରଲୋକ ଭୟଭିତ ହୋଇଯାଇଥିଲେ, ଏସଂପର୍କରେ ପୋଲିସ ରେ ଅଭିଯୋଗ ହେବା ପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା, ସୋମବାର ସାଇଟିଭ ଦଳ ସହ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରାଯାଇଥିଲା,

Post a Comment

0 Comments