ନୟାଗଡ ଜିଲ୍ଲା ନୂଆଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ମା ଗଜଲକ୍ଷ୍ମୀପୂଜା ବହୁଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି । ନୁଆଗାଁ ସଦର ମହାକୁମାରେ ଥିବା ପୋଖରୀ ସାହିର ଗଜଲକ୍ଷ୍ମୀ ପୂଜା ଅତିଆଡମ୍ବର ସହିତ ଚଳିତ ବର୍ଷ ଆନୁଷ୍ଠିତ ହୋଇଯାଇଛି । ପୋଖରୀ ସାହିର ମା ଗଜଲକ୍ଷ୍ମୀ ପୂଜା ସଂଘ ଅନୁକୂଳରେ ଏହି ପୂଜା ପ୍ରତେକ ବର୍ଷ ଅନୁଷ୍ଠିତ ହୋଇଯାଇଥାଏ । ଗ୍ରାମର ୩୫ ସଭ୍ଯଙ୍କୁ ନେଇ ଗଠିତ ହୋଇଛି ଏହି ସଂଘ । ଚଳିତ ବର୍ଷ ମଧ୍ୟ ବହୁଆଡମ୍ବର ସହିତ ପୂଜା ଅନୁଷ୍ଠିତ ହୋଇଯାଇଛି ,ଆଜି ସକାଳୁ ସମସ୍ତ ସଦସ୍ୟ ଏକତ୍ରୀତ ହୋଇ ପୂଜା ପୀଠରେ ଶ୍ରଦ୍ଧାର ସହିତ ପୂଜା ,ହୋମ ଯୋଗ ଦେଇଥିଲେ । ଦିବା ୨ ଘଟିକା ସମୟରେ ପୂଜା ଶେଷୋଇଥିଲା । ଭୋଗସେବନ କରି ସମସ୍ତ ଶ୍ରଦ୍ଧାଳୁ ନିଜନିଜ ଘରକୁ ଫେରିଥିଲେ । ଏହି ସ୍ଥାନରେ ପ୍ରତେକ ବର୍ଷ ଭକ୍ତାଙ୍କର ସମାଗମ ହୋଇଥାଏ । ଆଖପାଖ ଆଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ମା ଗଜଲକ୍ଷ୍ମୀ ଦର୍ଶନ କରିବା ପାଇଁ ରୁଣ୍ଡ ହୋଇଥାନ୍ତି ।
https://youtu.be/auJm26MROS0
0 Comments