ନୂଆଗାଁ ପଞ୍ଚାୟତ ସମିତି ସଭା ଗୃହ ମଧ୍ୟ୍ୟରେ ଆଜି ଦିବା ୧୧ ଘଟିକା ସମୟରେ ପ୍ରତେକ ପଞ୍ଚାୟତରୁ ୬୦ଉର୍ଦ୍ଧ ବୟୋଜ୍ୟେଷ୍ଠ ଵ୍ୟାକ୍ତିଙ୍କୁ ନେଇ ବ୍ଲକସ୍ତାରିୟ ବୟସ୍କ ବ୍ୟକ୍ତି ଦିବସ ପାଳନ ସମାରୋହ. ଅନୁଷ୍ଠିତ ହୋଇଯାଇଛି. ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଠୁଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଳ, ଅତିଥିଭାବେ ଆସିଷ୍ଟାଣ୍ଟ ଇଞ୍ଜିନିଅର ରେଜେନ୍ଦ୍ର ପ୍ରସାଦ ପଣ୍ଡା, ସାଂସଦ ପ୍ରତିନିଧି ଭୀମସେନ ସେଠୀ,ଜିପିଡିଓ ସାଧୁଚରଣ ସାହୁ, ସ୍ୱାସ୍ଥ୍ୟ ବିଭାଗର ଜାଣେ ଡକ୍ଟର ଉପସ୍ଥିତ ରହିଥିଲେ. ଛାତ୍ର ଛାତ୍ରୀଙ୍କୁ ନେଇ ଆଜିର ଦିବସରେ ଏକ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା. ଉକ୍ତ ଉତ୍ସବର ମୂଳ ଉଦେଶ୍ୟ ହେଲା ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା. ଯେପରି ସାମାଜିକ, ଅର୍ଥନୈତିକ,ନୈତିକ, ସାମାଜିକ ସୁରକ୍ଷା, ଟାକ୍ସ ସୁବିଧା ସହିତ ସ୍ୱାସ୍ଥ୍ୟ ଗତ ସମସ୍ୟା ଦିଆ ଯାଇ ପରିବ ସେ ନେଇ ବରିଷ୍ଠ ନାଗରିକ ମାନଙ୍କୁ ବୁଝା ଯାଇଥିଲା. ପ୍ରବନ୍ଧ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା. ସମସ୍ତ କାର୍ଯ୍ୟକ୍ରମ କ୍ରମ କୁ ସୁଚାରୁ ରୂପେ ଆୟୋଜନ ପାଇଁ ସାମଜିକ ସୁରକ୍ଷା ବିଭାଗର କର୍ମଚାରୀ ରଘୁନାଥ ସାହୁଙ୍କୁ ଉପସ୍ଥିତ ଅତିଥିମାନେ ଧନ୍ୟବାଦ ଦେଇଥିଲେ.



0 Comments