ନୂଆଗାଁ/ 4/10- ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ପୂର୍ବରୁ। ସଂଘ ସୃଷ୍ଟି ଝଡ଼ ଝଞା କୁ ସହି, ବିଶ୍ଵର ସର୍ବ ବୃହତ୍ ସଂଘ ରୁପେ ପରିଣତ ହୋଇଛି। ଯାହା ମଣିଷ ତିଆରି କାରଖାନା ବୋଲି ମନାଯାଏ। ଏହା ନୀତି ନିୟମ ଆଦର୍ଶ ଏବଂ ସଂସ୍କାର ଭାରତ ମାତା ର ସୁରକ୍ଷା ଉପରେ କାର୍ଯ୍ୟ କରିଥାଏ। ଦେଶ 100 ବର୍ଷ ପୁରଣ ର ସମାରୋହ ପାଳନ ଉପଲକ୍ଷେ। ନୂଆଗାଁ ବ୍ଳକର ସରକାରି ପ୍ରାଥମିକ ବିଦ୍ୟାଳୟର ପଡ଼ିଆ ରେ ପ୍ରାୟ 100 ରୁ ଅଧିକ ସଂଘ ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।। ନଗର ପରିକ୍ରମା ସହିତ ସଂଘ ସୃଷ୍ଟି ଓ ପରମ୍ପରା ଅନୁସାରେ କାର୍ଯ୍ୟକ୍ରମକୁ ପାଳିତ ହୋଇଯାଇଛି।। ଏଥିରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ବିଶେଷ ମାନଙ୍କ ଆଗମନ ଏକ ଖୁସିର ମାହଲ ଯୋଗାଇ ଅଛି।
ନୟାଗଡ଼ ଜିଲ୍ଲା ର ନୂଆଗାଁ ଖଣ୍ଡ ର ନୂଆଗାଁ ଗ୍ରାମ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ( RSS ) ର ସଂଘ ଶତ ବାର୍ଷିକ (100) ତମ ତଥା ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଶାରୀରିକ (ସୂର୍ଯ୍ୟ ନମସ୍କାର, ଯୋଗ, ଆସନ ) ବୌଦ୍ଧିକ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚରଣ ନାୟକ (ଅବସର ପ୍ରାପ୍ତ ବ୍ୟାଙ୍କ ପରିଚାଳକ), ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସ୍ୱାଇଁ (ନୟାଗଡ଼ ଜିଲ୍ଲା ବୌଦ୍ଧିକ ପ୍ରମୁଖ) ଏବଂ ନୂଆଗାଁ ର ବରିଷ୍ଠ ବୁଦ୍ଧିଜୀବୀ ଙ୍କ ସହ ସ୍ୱୟଂ ସେବକ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ RSS ନୂଆଗାଁ ଖଣ୍ଡ କାର୍ଯ୍ୟବାହ ସଞ୍ଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନତାରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଶ୍ୱ ଶାନ୍ତି ଓl ସମୃଦ୍ଧି ପାଇଁ ଏକ ସମରସ ଏବଂ ସାଙ୍ଗଠିତ ହିନ୍ଦୁ ସମାଜ ନିର୍ମାଣ ର ସଂକଳ୍ପ ନିଆଯାଇଥିଲା l ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ସମସ୍ତ ଗ୍ରାମ ରେ ଅନୁଷ୍ଠିତ କରିବା ପାଇଁ ସୂଚନା ଦିଆଯାଇଥିଲା l



0 Comments