ନୂଆଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟର ମଧ୍ୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ନୂଆଗାଁ, କୋରଡ଼ା, ଜଗନ୍ନାଥପ୍ରସାଦ, ସଂପଡା, ମହୀପୁର, ଦୂରଦୁରା, ଚାହାଳୀ, ବାହାଡ଼ଝୋଲା କ୍ଲଷ୍ଟର ମଧ୍ୟରେ ଆଜି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସେହିପରି

ନୂଆଗାଁ ସରକାରୀ ପ୍ରାଥମିକ ବିଦୟାଳ ପ୍ରାଙ୍ଗଣରେ ଆଜି ସିଆରସିସି ମମତା ମଞ୍ଜରୀ ଦେଇ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମ କୁ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜୋଛନା ରାଣୀ ସେଠି ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ. ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ମୁରଲୀଧର ନାୟକ, ମଦନ ମୋହନ ପ୍ରଧାନ, ଭବାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ. ତତ ସହିତ ଅତିଥି ଭାବେ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଓ :ପ୍ରସନ ମିଶ୍ର,


 କେ ଅମ୍ବିକା ଆଚାରି ସମସ୍ତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ. ଜ୍ୟାଷ୍ଠ ଓ କନିଷ୍ଠ ବର୍ଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ନୃତ୍ୟ, ଗୀତ, ଚିତ୍ରାଙ୍କନ, ସଂଗୀତ ଭଲି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ. କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ଉକ୍ତ ବିଦ୍ୟାଳୟ ଶିକ୍ଷୟତ୍ରୀ ରଶ୍ମିତା ପ୍ରଧାନ.https://youtu.be/V3UNjzTlD6U?si=aEJrGXLLLn63PRmR

Post a Comment

0 Comments