ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରନ୍ତ୍ରାଗାର ଗୃହ ଉଦଘାଟିତ ହୋଇଯାଇଛି। ଏଥିସହିତ ବିଦ୍ୟାଳୟରେ ଚଳିତବର୍ଷ ନୂତନ ଭାବେ ଖୋଲିଥିବା ବିଜ୍ଞାନ ବିଭାଗ ମଧ୍ୟ ଉଦଘାଟିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ ଯୋଗଦେଇ ରାଜ୍ୟରେ ସରକାର ବଦଳିବା ପରେ ଶିକ୍ଷା କ୍ଷେତ୍ରରେ କେଉଁଭଳି ଭାବେ ଅଗ୍ରଗତି ହେଉଛି, ସରକାରଙ୍କର ସମସ୍ତ ଯୋଜନା ବାବଦରେ ଗୋଟି ଗୋଟି କରି ଉପସ୍ଥାପନା କରିଥିଲେ।
ମନ୍ତ୍ରୀଙ୍କ ସମେତ ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣ୍ଡେ, ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ ପ୍ରମୁଖ ମଂଚାସୀନ ରହିଥିଲେ। କଲେଜର ଅଧ୍ୟାପକ ସତ୍ୟ ସ୍ବାଗତ ସାହୁ ମଂଚ ପରିଚାଳନା କରିଥିବା ବେଳେ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




0 Comments