ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ

 


 ନୟାଗଡ଼ ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

 MGNREGS ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷର ୦୧ ଅକ୍ଟୋବର ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବଂ ଉପରୋକ୍ତ ଯୋଜନା ଗୁଡିକ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ଏପିଓ ଅମରେନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେଇଥିଲେ।ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲେ। ନୂଆଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ Dr ଅମୃତ କୁମାର ରାଉଳ ମନରେଗା ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ କହିବା ସହିତ , ଏହି ଯୋଜନା ରେ ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ ରଖିବା ପାଇଁ ସାମାଜିକ ସମୀକ୍ଷା ଓ ଜନ ଶୁଣାଣୀ ର ଆବଶ୍ୟକତା ଥିବା କହିଥିଲେ। କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠୀ ବୈଠକ ରେ ଯୋଗଦେଇ , ଏହି NREGS ଯୋଜନାରେ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ରାସ୍ତା, ପୋଖରୀ, ଗୁହାଳ, ମୋ ବଗିଚା, କେନାଲ, ଡ୍ରେନ, ଖେଳ ପଡିଆ ଆଦି କାମ ଦ୍ଵାରା ପଞ୍ଚାୟତ ର ବିକାଶ କରିହେବ ବୋଲି କହିଥିଲେ।ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଚଳିତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ। ଆର୍ଥିକ ବର୍ଷ ୨୦୨୪-୨୫ ରେ ନୂଆଗାଁ ବ୍ଲକ୍ ରେ ୨୦୧୧୪ ପରିବାର MGNREGS ଯୋଜନା ଅଧୀନରେ ପଞ୍ଜୀକୃତ ଥିବା ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ। ଏହି ସମୟ ମଧ୍ୟରେ ୬୮୦୧ ପରିବାର କାର୍ଯ୍ୟ ପାଇଁ ଆବେଦନ କରିଥିଲେ ଏବଂ ସମସ୍ତଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ବିଭିନ୍ନ ବିଭାଗ ଦ୍ଵାରା ୨୦୩୮ ଗୋଟି କାର୍ଯ୍ୟ ଆରମ୍ଭ କରା ଯାଇଥିଲା , ନୂଆ ପୁରୁଣା ମିଶାଇ ୧୨୨୧ ଗୋଟି କାର୍ଯ୍ୟ ସମ୍ପୂର୍ଣ କରା ଯାଇଥିଲା। ୭୬ ଟି ପରିବାର ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଏଵଂ ୨୭୪୬୮୭ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇ ଥିବା ଓ ସବୁ ବିଭାଗ ମିଶାଇ ୧୦ କୋଟି ୧ ଲକ୍ଷ ୪୧ ହଜାର ଟଙ୍କା MGNREGS ଯୋଜନାରେ ୨୪-୨୫ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଥିବା ଏପିଓ ଶ୍ରୀ ସାହୂ ସୂଚନା ଦେଇଥିଲେ। ବ୍ଲକ୍ ସାମାଜିକ ସମୀକ୍ଷକ ସ୍ୱର୍ଣଲତା ଦଳ ବେହେରା ପଞ୍ଚାୟତ ସ୍ତରରୁ ଆସିଥିବା ସାମାଜିକ ସମୀକ୍ଷା ର ରିପୋର୍ଟ ପାଠ କରିଥିଲେ


 ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମରେ ବେଳେ ଯାହା ଉପରେ ଯାହା ଫାଇନ ବା recovery report ଆସିଛି ସମସ୍ତେ ଠିକ୍ ସମୟରେ ସରକାର ଙ୍କ ଠାରେ ଦାଖଲ କରି ଅଡିଟ Compliance କରିଦେବା ପାଇଁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଥର ସମୀକ୍ଷା ରିପୋର୍ଟ ରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ରେ ଯାହା ସବୁ ତ୍ରୁଟି ଦୃଷ୍ଟି ଗୋଚର ହୋଇଛି, ଆସନ୍ତା ସାତ ଦିନ ମଧ୍ୟରେ ATR ଦାଖଲ କରିବା ପାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟାନନ୍ଦ ନାୟକ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଜଙ୍ଗଲ ବିଭାଗ ର ବିଗତ ବର୍ଷ ଗୁଡ଼ିକର Audit ର ଯାହା compliance report ଏଵଂ recovery ବାକି ଅଛି, ସେ ସବୁ ସାତ ଦିନ ମଧ୍ୟରେ deposit କରିବା ପାଇଁ ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆରସିଂ କହିଥିଲେ। ମୃତ ବ୍ୟକ୍ତି ଙ୍କ ନାମରେ ବିଭିନ୍ନ ପଞ୍ଚାୟତ ରେ ଖାଦ୍ୟ ସୁରକ୍ଷା ଯୋଜନାରେ ରେ ମାସ ମାସ ଧରି ଚାଉଳ ଉଠା ହେଉଥିବା ଅଡିଟ ରିପୋର୍ଟ ପ୍ରକାଶ ପାଇଛି, ଯାହାକୁ ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା। ତେଣୁ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ଯାହା ସବୁ ତ୍ରୁଟି ବିଚ୍ୟୁତି Audit report ରେ ଆସିଚି, ସେ ସବୁ ର ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ବିଡ଼ିଓ ଅମୃତ କୁମାର ରାଉଳ marketing Inspector ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟ ସ୍ଥଳ ରେ ସଠିକ୍ ଭାବେ ସୂଚନା ଫଳକ ନିର୍ମାଣ କରୁ ନାହିଁ ବୋଲି ସମୀକ୍ଷା ରିପୋର୍ଟ ରେ ପ୍ରକାଶ ପାଇଥିଲା। ଏଥି ପାଇଁ ସଂପୃକ୍ତ ବିଭାଗ କୁ ତାଗିଦ୍ କରା ଯାଇଥିଲା।

ସାମାଜିକ ସମୀକ୍ଷା ରିପୋର୍ଟ କୁ ଗୁରୁତ୍ଵ କୁ ନେଇ MGNREGS ଓ ଖାଦ୍ୟ ସୁରକ୍ଷା ଯୋଜନା ରେ ବାହାରୁଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରିବା ଦିଗରେ ସମସ୍ତେ ଯତ୍ନବାନ ହେବା ପାଇଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

APO ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସମସ୍ତ କନିଷ୍ଠ ଯନ୍ତ୍ରୀ,ବିଭିନ୍ନ ପଞ୍ଚାୟତର ସରପଂଚ , ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ADEO, ଗ୍ରାମ ରୋଜଗାର ସେବକ ମାନେ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ,ବ୍ଲକ୍ ସାମାଜିକ ସମୀକ୍ଷକ ଓ ସମସ୍ତ VRP ମାନେ ଯୋଗ ଦେଇଥିଲେ।

ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର , BRC କାହୁଁ ଚରଣ ବେହେରା, ସନ୍ତୋଷ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments