ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ



ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମରେ ଚଳିତ ବର୍ଷର ସାରଦିଅ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି. ଓଡ଼ିଆ ମାନଙ୍କର ପାରମ୍ପରିକ ପୂଜା ମଧ୍ୟାରେ ଦଶହରା ଏକ ମୁଖ୍ୟ ପୂଜା ଭାବରେ ପାଳନ କରାଯାଇ ଥାଏ. ନୂଆଗାଁ, ଆମ୍ବଝରୀ, କୋରଡ଼ା, ଜଗନ୍ନଥପ୍ରସାଦ, ମହୀପୁର, ବାହାଡ଼ଝୋଲା ଗ୍ରାମରେ ଅତି ଆଡମ୍ବର ସହିତ ଏହି ପୂଜାକୁ ପାଳନ କରିଛନ୍ତି ସ୍ଥାନୀୟ ପୂଜା କମିଟି, ବଜାରକମିଟି ଓ ଗ୍ରାମବାସି. କିନ୍ତୁ ଏହିବର୍ଷ ଆମ୍ବଝରୀ ଗ୍ରାମରେ ଅତି ଆଡମ୍ବର ସହିତ ପାଳନ ହୋଇଯାଇଛି ନବମୀ ପୂଜା. ଗ୍ରାମର ଆବାଳ ବୃଦ୍ଧବନିତା ସଭିଏଁ ନିଜକୁ ସାମିଲ କରି ନେଉଥାନ୍ତି. ପୂଜା ର ଏକମାସ ପୂର୍ବରୁ ଗ୍ରାମ କମିଟି ଦ୍ୱାରା କିଭଳି କରାଯିବ ସେ ପାଇଁ ପ୍ରସ୍ତୁତି ବୈଠକ ହୋଇ ଥାଏ. ତତ ସହିତ କାର୍ଯ୍ୟ କମିଟି ଗଠନ କରାଯାଇ ଦାଇତ୍ୱ ଦେଇଥାନ୍ତି. ଦଶହରା ପାଖେଇ ଆସିଲେ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଏ. ନବମୀ ଦିନ ମା ମଙ୍ଗଳା, ମା ଗ୍ରାମଦେବି ପୀତାବଳି ଏବଂ ମା ଦୁର୍ଗାଙ୍କ ନିକଟରେ ପୂଜା ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ. ଗ୍ରାମର ସମସ୍ତ ବ୍ୟକ୍ତି ନୂଆ ଲୁଗାପିନ୍ଧି ପୂଜାରେ ଭାଗନେଇ ଥାନ୍ତି. ଦଶହରା ଦିନ ମୁଖ୍ୟ ପର୍ବର ସମାଗମ ହୋଇଥାଏ.


ସମସ୍ତ ବ୍ୟକ୍ତି ଗ୍ରାମବାସୀ ହସ୍ତନିର୍ମିତ ବିଭିନ୍ନ କାରୁକାର୍ଯ୍ୟ ସମ୍ପର୍ଣ୍ଣ ପାଳ, ବାଉଁଶ, କାଗଜରେ ନିର୍ମିତ ଘୋଡା, ବଗ, ବୁଢା, ବୁଢ଼ି ନିର୍ମାଣ କରିଥାନ୍ତି. ତତ ସହିତ ମା କାଳୀଙ୍କର ଏକ ମୂର୍ତ୍ତି ପାଳ କାଠରେ ନିର୍ମାଣ କରାଯାଇଥାଏ ଯାହାକି ସ୍ବର୍ଗତ ଭାଗିରଥି ସାହୁ ପ୍ରଥମେ ଆରମ୍ଭ କରିଥିଲେ. ରାତି ଆସିଲେ ଦଶହରା ପ୍ରସେସନ ଆରମ୍ଭ ହୋଇଥାଏ ଏହି ପ୍ରସେସନର ମୁଖ୍ୟ ମା ମଙ୍ଗଳା ଓ ମା କାଳୀଙ୍କର କ୍ରୀଡା ଯାତ୍ରା.ପ୍ରାରମ୍ଭରେ ମା ମଙ୍ଗଳାଙ୍କୁ ପୂଜା ଅର୍ଚନା କରି ଢୋଲର ତାଲେ ତାଲେ ମା ଆସିଥାନ୍ତି. ପ୍ରଥମେ ମା ମଙ୍ଗଳା ଓ କାଳୀଙ୍କର ଦର୍ଶନ କରି ଯାତ୍ରା ଆରମ୍ଭ ହୋଇଥାଏ. ନାମ ସଂକୀର୍ତ୍ତନ, ଢୋଲ, ମହୁରୀ ବାଦ୍ୟର ତାଲେ ତାଲେ ପ୍ରସେସନ ଆରମ୍ଭ ହୋଇଥାଏ. ଗ୍ରାମର ମା ପୀତାବଳି ଙ୍କ ପିଠରୁ ଯାତ୍ରା ର ପ୍ରାରମ୍ଭ ହୋଇଥାଏ. ସମୁଖରେ ଘୋଡାନାଚ, ଢୋଲ ନାଚ, ବୁଡ଼ା ବୁଢ଼ୀ ନାଚ କରି ମା କାଳି ଓ ମଙ୍ଗଳାଙ୍କୁ ପାଛୋଡ଼ି ନେଇଥାନ୍ତି ଗ୍ରାମବାସୀ. ନାଚ, ଗୀତ, ନୃତ୍ୟ, ହରିବୋଲ, ହୁଳହୁଳିରେ ଗ୍ରାମ ପ୍ରକମ୍ପିତ ହୋଇଥାଏ. ଏହି ଯାତ୍ରା ବହୁ ଆବାହନ କାଳରୁ ଅନୁଷ୍ଠିତ ହୋଇ ଆସୁଚି. ଆଖ ପାଖର ସମସ୍ତ ଗ୍ରାମର ଜନସାଧାରଣ ଏହି ଯାତ୍ରା ଦେଖୁବାକୁ ଆସିଥାନ୍ତି. ଘରେ ଘରେ ବନ୍ଧୁ ବାନ୍ଧବଙ୍କର ସମାଗମ ହୋଇଥାଏ. ଏହିପରି ଗ୍ରାମରେ ପ୍ରତେକ ବର୍ଷ ଯାତ୍ରା କୁ ଆଡମ୍ବର ସହିତ ପାଳନ କରିଥାନ୍ତି ଗ୍ରାମବାସୀ.

Post a Comment

0 Comments